ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ପ୍ରଦୀପ କହିଛନ୍ତି ।

ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଏହି ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି । ପ୍ରଦୀପ ଆହୁରି କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିବା ପଛରେ ଚଞ୍ଚକତା କରାଯାଇଛି । ଏମ୍‌ଜିକ୍ୟୁ ୨.୩୮ କୋଟି ଟଙ୍କା ହୋଇଥିବା ବେଳେ ୧ କୋଟି ଟଙ୍କାର ସଲଭେନ୍‌ସିରେ ଲିଜ୍ ଦିଆଯାଇଥିବା ପ୍ରଦୀପ କହିଛନ୍ତି ।

ଲିଜ୍‌ର ପରଦିନ ଜିଲ୍ଲାପାଳ ଦାମୀ ଗାଡ଼ି ବ୍ୟବହାର କରିଥିବା ପ୍ରଦୀପ ବଡ଼ ଅଭିଯୋଗ କରିଛନ୍ତି । ଜଣେ ମହିଳାଙ୍କ ନାଁରେ କିଣାଯାଇଥିବା ୧୯ ଲକ୍ଷ ଟଙ୍କାର ଗାଡ଼ି ଜିଲ୍ଲାପାଳ ବ୍ୟବହାର କରୁଥିବା ସେ କହିଛନ୍ତି । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ଆରୋପ ପରେ ମଧ୍ୟ ଜିଲ୍ଲାପାଳଙ୍କ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ମଙ୍ଗଳବାର ଜିଲ୍ଲାପାଳଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

Other Stories