ପାଣ୍ଡିଆନ୍‌ଙ୍କୁ ଦିଗବିଜୟ ସିଂହଙ୍କ ଟାର୍ଗେଟ୍: କହିଲେ, ସବୁ ନିଜ ଅଧୀନକୁ ନେଇଯାଇଛନ୍ତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ଓଡ଼ିଶାରେ ଜଣେ ପ୍ରଶାସକ ପାଣ୍ଡିଆନ୍ ରାଜ୍ୟ ଚଳାଉଛନ୍ତି। ପାଣ୍ଡିଆନଙ୍କ ଶକ୍ତିକୁ ମୁଁ ଅନ୍ଦାଜ ଲଗାଇ ପାରୁନି। ସେ 5T ସଚିବ ଅଛନ୍ତି।

ସବୁ ବିଭାଗକୁ ନିଜ ଅଧୀନକୁ ନେଇଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ କିମ୍ବା MP ଦେଖା କରିପାରୁନାହାନ୍ତି। ନବୀନଙ୍କୁ କେବଳ ପାଣ୍ଡିଆନ ହିଁ ଦେଖା କରିପାରୁଛନ୍ତି। ସବୁ କଥାରେ କେନ୍ଦ୍ରକୁ ସମର୍ଥନ କରୁଛନ୍ତି ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଦିଗ୍‌ବିଜୟ। କହିଛନ୍ତି ଅନ୍ୟ ସମସ୍ୟାରୁ ଦୃଷ୍ଟି ହଟାଇବାକୁ CAA, NRC ଲାଗୁ କରିଛନ୍ତି। ଦେଶରେ CAAର ଆବଶ୍ୟକତା ନାହିଁ ବୋଲି ଦିଗବିଜୟ କହିଛନ୍ତି।

You might also like