ଏବେ ନେତା ନୁହେଁ, କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ୍

ଭୁବନେଶ୍ୱର: ବଦଳିବ କଂଗ୍ରେସର ସାଂଗଠନିକ ଢାଞ୍ଚା। ନେତା ନୁହେଁ, ଆଗାମୀ ଦିନରେ କ୍ୟାଡର ଭିତ୍ତିକ ଦଳ ହେବ କଂଗ୍ରେସ। ବିଜେପିର ଆର୍‌ଏସ୍ଏସ୍ ଓ ବିଜୁ ଜନତା ଦଳର ବିଜୁ ଯୁବ ବାହିନୀ ଭଳି ନିଜକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ। ପ୍ରେରକ ନାଁରେ ପରିଚିତ ଏହି କ୍ୟାଡରମାନଙ୍କୁ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ।

କଂଗ୍ରେସର ନୀତି, ଆଦର୍ଶ ଓ ଅଭିମୁଖ୍ୟ ସଂପର୍କରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏଥିଲାଗି ଜିଲା, ରାଜ୍ୟ ଓ ଜାତୀୟସ୍ତରରେ ସିଲାବସ୍  ବି ପ୍ରସ୍ତୁତ ହୋଇଛିା କ୍ୟାଡର ଚୟନରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ବିଭାଗ ଏହି ଦାୟିତ୍ୱରେ ରହିବ। ପ୍ରେରକମାନଙ୍କୁ ଦଳର ଦିଗ୍‌ର୍ଶକ ମଣ୍ଡଳୀ ହିସାବରେ ବିବେଚନା କରାଯିବ। ସେହିପରି ଏମାନେ ସିଧାସଳଖ ଆରଏସ୍‌ଏସ୍‌ ଓ ବିଜୁ ଯୁବବାହିନୀକୁ କାଉଣ୍ଟର କରିବେ। ସିଡବ୍ଲୁସି ନିମନ୍ତ୍ରିତ ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।

ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଦଳ ତଳକୁ ତଳକୁ ଯାଉଥିବା ଓ ଯୁବପିଢ଼ି ଏହାଠାରୁ ଦୂରେଇ ଯାଉଥିବା ଦେଖି କଂଗ୍ରେସ ଏଭଳି ଷ୍ଟ୍ରାଟେଜି ଆପଣେଇଥିବା କୁହାଯାଉଛି। ତେବେ କଂଗ୍ରେସର ଏହି ନୂଆ ଯୋଜନାକୁ ଗୁରୁତ୍ୱ ଦେଇନି ବିଜେପି। ସେପଟେ କଂଗ୍ରେସର ପଦକ୍ଷେପ ଦଳୀୟ ଗଡ଼ ଭୁଶୁଡ଼ି ପଡ଼ିଥିବାର ପ୍ରମାଣ ବୋଲି ବିଜେଡି କହିଛି। ଅନ୍ୟପକ୍ଷରେ ଦଳକୁ କ୍ୟାଡ଼ର ଭିତ୍ତିକ ପାର୍ଟି ନକଲେ ଅନ୍ୟ ଚାରା ନାହିଁ ବୋଲି ବିଶେଷଜ୍ଞ ମତ ରଖିଛନ୍ତି।

ଏପଟେ ସଭ୍ୟ ସଂଗ୍ରହ ଲାଗି ବି କଂଗ୍ରେସ ନୂଆ ଷ୍ଟ୍ରେଟେଜି ଆପଣେଇଛି। ଏଥର ସଭ୍ୟଙ୍କ ସହ ସେମାନଙ୍କ ଭୋଟ ପରିଚୟ ପତ୍ରକୁ ଲିଙ୍କ୍ କରାଯିବ। ଜଣେ ବ୍ୟକ୍ତି ମାତ୍ର ପାଞ୍ଚ ଟଙ୍କା ଦେଇ ପାଞ୍ଚ ବର୍ଷ ପାଇଁ କଂଗ୍ରେସର ସଭ୍ୟ ହୋଇପାରିବେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like