କଂଗ୍ରେସରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ସସ୍‌ପେଣ୍ଡ

ଭୁବନେଶ୍ୱର : ଆକ୍ସନ ମୋଡ୍‌ରେ କଂଗ୍ରେସ୍। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି।

AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।

ଗତକାଲି ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫତ ଦେବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ନଦେବାରୁ ତାଙ୍କୁ ସସ୍‌ପେଣ୍ଡ କରାଗଲା ବୋଲି ଅନନ୍ତ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଆସନ୍ତା ୨୫ ତାରିଖ ଭୁବନେଶ୍ୱର ସମାବେଶରେ ଯୋଗ ଦେବେ ନାହିଁ ବୋଲି ଗତକାଲି ଯୋଗେଶ ସିଂ କହିଥିଲେ।

ଏଥିସହ ଗତ କିଛିଦିନ ଧରି ବିଭିନ୍ନ ସମୟରେ ସେ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବି ପ୍ରଶଂସା କରୁଥିଲେ। ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ସେପଟେ ସେ କୌଣସି ଭୁଲ୍ କରି ନାହାନ୍ତି ବୋଲି ଯୋଗେଶ ନିଜ ପ୍ରତିକ୍ରିୟା ଦେବା ସହ ଖୁବଶୀଘ୍ର ବିଧାୟକ ପଦ ଛାଡ଼ିବେ ବୋଲି କହିଛନ୍ତି।

 

You might also like