CMOକୁ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକଙ୍କ ଟାର୍ଗେଟ

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବଙ୍କ ନିଲମ୍ବନ ଦାବି କଲା କଂଗ୍ରେସ

ଭୁବନେଶ୍ୱର : CMO କୁ କଂଗ୍ରେସର ଟାର୍ଗେଟ। CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ। ବିଜେଡି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପାଇଁ  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ  CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଥିବା ଅଭିଯୋଗ କରିଛନ୍ତି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ।

ଏହା ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ନିୟମ ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଓଡ଼ିଶାର IAS, IPSମାନେ ବିଜେଡି ନେତା ଓ କର୍ମୀ ଭଳି ଆଚରଣ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ସ୍ପଷ୍ଟୀକରଣ ସହ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

ତେବେ ଏନେଇ ପ୍ରଦୀପ୍ତ ମହାପାତ୍ର କିମ୍ବା CMO ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

You might also like