‘ଦେବାଶିଷଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯାଉ’

ଭୁବନେଶ୍ୱର: ଦେବାଶିଷଙ୍କୁ ବିଜେଡିରୁ ବହିଷ୍କାର କରାଯାଉ। ମୁଖ୍ୟମନ୍ତ୍ରୀ ଭାରତବାସୀଙ୍କୁ କ୍ଷମା ମାଗନ୍ତୁ। ପୁଲ୍‌ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ, ଆଜି ଏକ ସାମ୍ବାଦିକ ସମ୍ମଳିନୀରେ କଂଗ୍ରେସ ଏଭଳି ଦାବି କରିଛି।

ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟ ପତାକାକୁ ଅସମ୍ମାନ। ଏ ସଂକ୍ରାନ୍ତରେ ଦଫା ଲଗାଯାଇ ଦେବାଶିଷଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦେବାଶିଷଙ୍କ ପ୍ରତି ଦୁର୍ବଳତାକୁ ପ୍ରମାଣିତ କରୁଛି ବୋଲି କଂଗ୍ରେସ ଦାବି କରିଛି।

ସେପଟେ, ବିଜେପି ମଧ୍ୟ ଦେବାଶିଷଙ୍କୁ ଗିରଫ କରାଯିବା ସହ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି।

ଅନ୍ୟପଟେ, ଦେବାଶିଷ କ୍ଷମା ମାଗି ସାରିଛନ୍ତି। ଦେବାଶିଷଙ୍କ ଉପରେ ଦଳ କାର୍ଯ୍ୟନୁଷ୍ଠାନ ନେବ କି ନାହିଁ ସେ ନେଇ ଦଳ ବିଚାର କରିବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।

 

 

You might also like