‘ଦୁର୍ନୀତି ଧରାପଡ଼ିବା ଭୟରେ ପ୍ରଶ୍ନକାଳକୁ ବନ୍ଦ କରାଯାଇଛି’

ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ମଧ୍ୟ ଜଣାପଡୁନି।  ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା।

କୋଭିଡ ମୁକାବିଲାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଟାର୍ଗେଟ କରି ତାରା କହିଛନ୍ତି, କରୋନା ମୁକାବିଲାକୁ ଆଳ କରି ପ୍ରବଳ ଦୁର୍ନୀତି ହେଉଛି। ଧରାପଡ଼ିବା ଭୟରେ କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାର ପ୍ରଶ୍ନକାଳକୁ ବନ୍ଦ କରିବାକୁ ମସୁଧା କରୁଥିବା ଅଭିଯୋଗ କରିଛନ୍ତି ତାରା।

ଏହାର ଉତ୍ତରରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, କୋଭିଡ ନିୟମ ଅନୁସାରେ ମୌସୁମୀ ଅଧିବେଶନର ବ୍ୟବସ୍ଥା କରାଯାଇଛି। ସଂସଦର ଅଧିବେଶନକୁ ଅନୁସରଣ କରି ରାଜ୍ୟରେ ମଧ୍ୟ ସେହିପରି ସବୁ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନକାଳ ନ ରହିବା ପ୍ରସଙ୍ଗରେ କଂଗ୍ରେସ ଯେଉଁ ଆପତ୍ତି ଉଠାଇଛି, ତାହା ଠିକ୍ ନୁହେଁ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏପରି ବ୍ୟବସ୍ଥାରେ ବିଧାନସଭା ଅଧିବେଶନ ଚାଲୁଥିବା ଅମର କହିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ପାର୍ଲାମେଣ୍ଟ ବ୍ୟବସ୍ଥା ଅନୁସାରେ ବିଧାନସଭା ଚାଲିଲେ ଆମର କିଛି ଆପତ୍ତି ନାହିଁ। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର ୭ ତାରିଖ ପର୍ଯନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ରହିବ ମୋଟ ୮ଟି କାର୍ଯ ଦିବସ।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like