• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିପିଲି: ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଅଜିତ ମଙ୍ଗରାଜଙ୍କୁ ପିପିଲିରୁ ପ୍ରାର୍ଥୀ କଲା କଂଗ୍ରେସ। ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଅଜିତଙ୍କ ନାଁରେ ମୋହର ମାରିଛି। ତେବେ ପୂର୍ବରୁ ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲି ଲାଗି ଟିକେଟ୍‌ ଦେଇଛି ବିଜେଡି। ତେବେ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ‌ଆସନ ଖାଲି ପଡ଼ିଛି।

ତେବେ ପିପିଲି ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଇସାରିଛି ବିଜେଡି। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଆସନ୍ତା ମାସ ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ। ନିର୍ବାଚନ ଲାଗି ଚଳିତ ମାସ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦। ଏହାସହ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରହିଛି। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି।

ମୋଟ୍‌ ଉପରେ କହିବାକୁ ଗଲେ କଂଗ୍ରେସ କାହିଁକି ପ୍ରାର୍ଥୀ ନାଁ ଘୋଷଣା କରିବାରେ ବିଳମ୍ବ କରୁଛି ତାହାକୁ ନେଇ ଦିନତମାମ ଚର୍ଚ୍ଚା ଚାଲିଥିବା ବେଳେ ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ପରୋକ୍ଷରେ ଇଙ୍ଗିତ ଦେଇଥିଲେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତ। ଗୋଟିଏ ପଟେ ଆଶ୍ରିତ ପ୍ରଚାର ମୈଦାନକୁ ଓହ୍ଲାଇସାରିଛନ୍ତି। ଏବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଆଶ୍ରିତ, ରୁଦ୍ର ଓ ଅଜିଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛି।

Congress-declar-his-candidate-for-pipili
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories