ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ଓଟିଭି ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ନୋଟିସ୍ ଆଣିଛନ୍ତି।

ଗତକାଲି ଓଟିଭିରେ ବିଧାନସଭା ସଂପର୍କିତ ଏକ ଖବର ପ୍ରସାରଣକୁ ନେଇ ଏହି ନୋଟିସ୍ ଆଣିଛନ୍ତି ତାରା। ଯେଉଁଥିରେ ଗୃହକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଇଛି। ଏହି ଖବର ପ୍ରସାରିତ ହେବା ଦ୍ୱାରା ବିଧାନସଭାର ସ୍ୱାଭିମାନ ଓ ଗାରିମାକୁ କ୍ଷୁଣ୍ଣ ହୋଇଛି ବୋଲି ତାରା ଅଭିଯୋଗ କରିଛନ୍ତି।

ବାଚସ୍ପତି ନୋଟିସ୍‌କୁ ଗ୍ରହଣ କରିବା ସହ ରୁଲିଂ ମଧ୍ୟ ଦେଇଛନ୍ତି। ଓଟିଭିରେ କାହିଁକି ବିଧାନସଭାର ସିଧାପ୍ରସାରଣ ବାତିଲ୍‌ ନ ହେବେ ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି।

ବାଚସ୍ପତି ଶାସକ ଦଳ ଏଜେଣ୍ଡାରେ କାର୍ଯ୍ୟ କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଗତକାଲି ଓଟିଭିରେ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ହୋଇଥିଲା। ବିଧାନସଭା ସଚିବଙ୍କ ପରାମର୍ଶ ଅନୁସାରେ ବାଚସ୍ପତି ଗୃହକୁ ୩ଟା ଯାଏ ମୂଲତବୀ ଘୋଷଣା କରିବାର ଚିତ୍ର ଓଟିଭିରେ ପ୍ରସାରଣ କରାଯାଇଥିଲା।

 

You might also like