ବଡ଼ଚଣା ଓ ନିମାପଡ଼ା ଆସନ ପାଇଁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର: ଆଜି କଂଗ୍ରେସ ୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ା ଆସନ ଲାଗି ଦଳ ପକ୍ଷରୁ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ବଡ଼ଚଣା ପାଇଁ ଅଜୟ ସାମଲ ଏବଂ ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ  ଟିକେଟ୍ ଦେଇଛି କଂଗ୍ରେସ।

ଗତକାଲି ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର ଓ  ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇ ଦେଇଥିଲେ।

You might also like