ବଲାଙ୍ଗିର ବିଧାନସଭା ଆସନରୁ ଜିତିବା ପରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

ବଲାଙ୍ଗିର : କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ଏହି ବିଜୟୀ ହାସଲ କରିଛନ୍ତି।

ନିର୍ବାଚନରେ ସଫଳତା ପରେ ନରସିଂହ ମିଶ୍ର କହିଛନ୍ତି , ଏ ବିଜୟ ନରସିଂହ ମିଶ୍ରର ବିଜୟ ନୁହେଁ, ଏ ହେଉଛି ବଲାଙ୍ଗିରବାସୀଙ୍କ ବିଜୟ। ବଲାଙ୍ଗିରର ଭୋଟର ଭାଇ ଭଉଣୀମାନେ ମୋ ଉପରେ ଆସ୍ଥା ରଖି ଆଉ ଥରେ ବିଧାନସଭାକୁ ପଠାଇଛନ୍ତି ଏ ଅଂଚଳର ବିକାଶ ଓ  ଉନ୍ନତି କରିବା ପାଇଁ।

ଏଣୁ ଦଳମତ ନିର୍ବିଶେଷରେ ମୁଁ ସମସ୍ତଙ୍କୁ ଆହ୍ୱାନ ଦେଉଛି, ଆସନ୍ତୁ ମିଳିତ ଉଦ୍ୟମ କରିବା। ଏ ମାଆ ମାଟିର ସେବା କରିବା ଏବଂ ଆଗାମୀ ଦିନରେ ବଲାଙ୍ଗିରକୁ ଏକ ବିକଶିତ ଅଂଚଳ ଭାବେ ପ୍ରମାଣିତ କରିବା।

ଏହାସହ ମଧ୍ୟ ପଢ଼ନ୍ତୁ : କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ

You might also like