ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, ମୋଟ ସମ୍ପତ୍ତି, ସେମାନଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଓ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ତଥ୍ୟକୁ ନେଇ ଓଡ଼ିଶା ଇଲେକ୍ସନ ଓ୍ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସବୁ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ ରହିଛି।
ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ମୋଟ ୧୧୩୭ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୧୧୨୧ ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ରିପୋର୍ଟ ଅନୁଯାୟୀ, ୧୧୨୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୨୫୭ ଜଣଙ୍କ ନାଁରେ ଦୁଷ୍କର୍ମ, ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗୀନ ଅପରାଧିକ ମାମଲା ରହିଛି। ଏହି ୨୫୭ ଜଣଙ୍କ ମଧ୍ୟରୁ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୯ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି। ସେହିପରି ୬୩ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି।
ଗତଥର ଅପେକ୍ଷା ଏଥର ଅପରାଧ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତଥର ୨୩% ନାଁରେ ଅପରାଧିକ ମାମଲା ଥିଲା, ଏଥର ୩୦% ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି। ବିଜେପିର ସର୍ବାଧିକ ୮୬ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ବିଜେଡିର ୫୮, କଂଗ୍ରେସର ୬୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି।
ବିଜେଡିର ସର୍ବାଧିକ ୬୬ ପ୍ରତିଶତ କୋଟିପତି ପ୍ରାର୍ଥୀ ଅଛନ୍ତି। କଂଗ୍ରେସର ୫୩% ଓ ବିଜେପିର ୫୨% ପ୍ରାର୍ଥୀ କୋଟିପତି ରହିଛନ୍ତି। ବିଜେଡିର ୯୭ , କଂଗ୍ରେସର ୭୩ ଓ ବିଜେପିର ୭୫ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ବଡ଼ମ୍ବାର କଂଗ୍ରେସ ପ୍ରାର୍ଥୀ ବବି ମହାନ୍ତି ୧୦୬ କୋଟି ସହ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ସେହିପରି ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ୬୩ କୋଟି ସହ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୦ କୋଟି ସହ ତୃତୀୟ ସ୍ଥାନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିଛନ୍ତି।
କ ରହିଛନ୍ତି।