ଓଡ଼ିଶାରେ କ୍ଷମତା ହାତେଇବା ଲାଗି କଂଗ୍ରେସର ରଣନୀତି ଆରମ୍ଭ

ହିନ୍ଦୀ ହାର୍ଟଲ୍ୟାଣ୍ଡ ଫଣ୍ଡାରେ ପଶ୍ଚିମ ଓଡ଼ିଶାରେ ଜୋରଦାର ପ୍ରଚାର ; ଆଗୁଆ ପ୍ରାର୍ଥୀ ଘୋଷଣା କରି ମାଇଲେଜ୍ ନେବା ଚକ୍କରରେ ଦଳ

ଭୁବନେଶ୍ୱର : ଓଡ଼ିଶାରେ ଛତିଶଗଡ଼ ଫଣ୍ଡା ଆପଣେଇବାକୁ କଂଗ୍ରେସର ଷ୍ଟ୍ରାଟେଜି। କୃଷି ଋଣ ଛାଡ଼ ସାଙ୍ଗକୁ ଧାନର MSP ୨୬ ଶହ ଟଙ୍କା। ଆଉ ସୀମାବର୍ତ୍ତି ପଶ୍ଚିମ ଓଡ଼ିଶାରୁ ଦଳ ଆରମ୍ଭ କରିଛି ଏହି ଅଭିଯାନ। ତାହା ପୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ।

ବାଘେଲ ଆଜି ନୂଆପଡ଼ାରେ ନିର୍ବାଚନୀ ସଭା କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରିଛନ୍ତି। ଛତିଶଗଡ଼ରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ଓ ଧାନର MSP ବୃଦ୍ଧି ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି କଂଗ୍ରେସ। ତେଣୁ ଭୋଟରଙ୍କ ମନରେ ଆସ୍ଥା ବୃଦ୍ଧି ଲାଗି କଂଗ୍ରେସ ଦଳ ପୁରା ରଣନୀତି ଅନୁସାରେ ଆଗକୁ ବଢୁଛି।

ନିର୍ବାଚନ ପ୍ରଚାର ରଣନୀତି ସହିତ ପୂର୍ବ ଘୋଷଣା ମୁତାବକ କଂଗ୍ରେସ ଆଗୁଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତି କସରତକୁ ଜୋରଦାର କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପିସିସି ୪୪ ଜଣିଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଥିଲା। ତେବେ ଚଳିତ ମାସ ଶେଷ ସୁଦ୍ଧା ଦଳ ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନର ପ୍ରାର୍ଥୀ ତାଲିକା ଏଆଇସିସି ପଠାଇବ ବୋଲି ସୂଚନା ମିଳିଛି।

ନୂଆ କରି ନିଯୁକ୍ତ ଜୋନ୍ ସଭାପତିଙ୍କ ପରାମର୍ଶ କ୍ରମେ ଜିଲା ସଭାପତିମାନେ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ଅତି କମ୍‌ରେ ତିନି ଜଣ ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବେ। ପିସିସି ନିର୍ବାଚନ କମିଟି ଏଥିରୁ ଜଣଙ୍କ ନାଁରେ ମୋହର ମାରି ଏଆଇସିସିକୁ ପଠାଇବ।

ଗତ ୭ ତାରିଖରେ ରାହୁଲ ଏଆଇସିସି ସମ୍ପାଦକ ଓ ଗତକାଲି ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କ ସହ ଆଲୋଚନା କରିଥିଲେ। ମୋଦି ସରକାରର ବିଫଳତା,ଚାଷୀ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯାତନା ଓ ସାମ୍ବିଧାନିକ ଅନୁଷ୍ଠାନଗୁଡିକର ଭୂମିକା ଗୌଣ କରିବା ଲାଗି ହେଉଥିବା ଉଦ୍ୟମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ରାହୁଲ ପରାମର୍ଶ ଦେଇଛନ୍ତି।

କଂଗ୍ରେସ କ୍ଷମତାକୁ ଆସିଲେ କି ଫାଇଦା ମିଳିବ ବିସ୍ତୁତ ଭାବେ ତାହା ଲୋକଙ୍କୁ ବୁଝାଇବା ଲାଗି ବି ରାହୁଲ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗୋଷ୍ଠୀ ବିବାଦକୁ ପଛରେ ପକାଇ ରାଜ୍ୟ କଂଗ୍ରେସ କିଭଳି ନିଜକୁ ନିର୍ବାଚନ ଲାଗି ପ୍ରସ୍ତୁତ କରୁଛି ତାହା ଦେଖିବା କଥା।

ଆହୁରି ପଢ଼ନ୍ତୁ

ରେଲୱେ ଷ୍ଟେସନ୍‌ର ‘ଲତା’ଙ୍କୁ ବଲିଉଡ୍ ପ୍ଲାଟ୍‌ଫର୍ମ , ଇଣ୍ଟରନେଟ୍‌ରେ ଭାଇରାଲ୍‌ ରାନୁଙ୍କ ଗୀତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

୫୦ଟି ଭାଷାରେ ଅନୁବାଦିତ ହେଲାଣି ଏହି ଭାରତୀୟଙ୍କ ଗୀତ

ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ

ରେଷ୍ଟୁରାଣ୍ଟରେ ଖାଦ୍ୟ ପରଷୁଛି ରୋବୋଟ

ଭାରତର ଏହି ସ୍ଥାନରେ ୧୮ ଅଗଷ୍ଟକୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ

କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଏକ ଶାଶ୍ୱତ ପ୍ରେମ କାହାଣୀ- ଦୁଇଗୋଡ ହରାଇବା ପରେ ବି ପ୍ରେମିକଙ୍କ ହାତ ଛାଡ଼ି ନ ଥିଲେ ବିଜୟଲକ୍ଷ୍ମୀ

ଏହି ସର୍ଟକର୍ଟ ‘କି’ ଜାଣିଲେ ସହଜ ହେଇଯିବ କମ୍ପ୍ୟୁଟର୍ ଚାଳନା

ଆଜି ବିଶ୍ୱ ଫଟୋଗ୍ରାଫି ଦିବସ; ଜାଣିଛନ୍ତି ଏହା କାହିଁକି ପାଳନ କରାଯାଏ ?

ଦିବ୍ୟାଙ୍ଗ ହେଲେ ବି ସେ ସ୍ୱାବଲମ୍ବୀ ; ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

You might also like