ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ
ଭୁବନେଶ୍ୱର : ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ହୋହାଲ୍ଲା କରି ଜାଣିଶୁଣି କହିବାକୁ ସୁଯୋଗ ଦେଉନି। କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି। ଏଥିପାଇଁ ଫିକ୍ସିଂ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ଅଚଳାବସ୍ଥା କଲେ କେହି ସମ୍ଭାଳି ପାରିବେନି ବୋଲି ବିଷ୍ଣୁ କହିଛନ୍ତି।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜବାବ ଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି କାହିଁକି ବିଜେପି ଉଠାଉନି। ଶାସକ ଦଳକୁ ସୁରକ୍ଷା ଦେବାକୁ ବିଜେପି ଅନ୍ୟ ପ୍ରସଙ୍ଗ ଉଠାଉଛି। ମୁଖ୍ୟମନ୍ତ୍ରୀଙ୍କ ଦୟାରେ ବିଜେପି ଜଣଙ୍କୁ ରାଜ୍ୟସଭାକୁ ପଠାଇଛି। ଏଥିରୁ ପ୍ରମାଣିତ କିଏ କାହା ସହ ହାତ ମିଳାଇଛି ବୋଲି ନରସିଂହ କହିଛନ୍ତି।
ତେବେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କାହା ସହିତ କିଛି ଫିକ୍ସିଂ ହୋଇନାହିଁ।