ବିଜେପି ଓ କଂଗ୍ରେସର ଜନ ଅଦାଲତ ଓ ଜନ ଆଶୀର୍ବାଦ ଯାତ୍ରା

ଭୁବନେଶ୍ୱର : ବିଜେଡି ସରକାର ବିରୋଧରେ ବିଜେପି ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବାର କାର୍ଯ୍ୟକ୍ରମ ରହିଛି।

ଜନ ଅଦାଲତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ ପଚାରିବେ। ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଅଦାଲତକୁ ଡକାଯିବ। ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ପ୍ରଶ୍ନ କରିବେ। ଆଜି ପ୍ରଥମ ଦିନରେ ବ୍ରହ୍ମପୁର, ପୁରୀ ଓ କଳାହାଣ୍ଡିରେ ଜନ ଅଦାଲତ କରାଯାଇଛି।

ଅନ୍ୟପଟେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଜନ ଆଶୀର୍ବାଦ ଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବଢ଼େଇ ବାଙ୍କ ଛକ ଯାଏ ଯାଇଥିଲା।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଯାତ୍ରା କରାଯାଉଥିବା କଂଗ୍ରେସ କହିଛି। ଏହି ଜନ ଆଶୀର୍ବାଦ ଯାତ୍ରାରେ ବରିଷ୍ଠ ନେତା ସୁରେଶ ରାଉତରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ରଶ୍ମି ମହାପାତ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସାମିଲ ହୋଇଛନ୍ତି।

You might also like