ଯଦୁପୁରରେ ପହଞ୍ଚିଛି ବିଜେପି ଓ କଂଗ୍ରେସର ଟିମ

ଯଦୁପୁରରେ ପହଞ୍ଚିଛି ବିଜେପି ଓ କଂଗ୍ରେସର ଟିମ

ନୟାଗଡ : ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । କୁନିଝିଅ ପରୀ ହତ୍ୟା ଘଟଣାର ଅନୁଧ୍ୟାନ ଓ ତାର ବାପାମାଆଙ୍କ ସହ ଆଲେ।ଚନା ଲାଗି କଂଗ୍ରେସର ଏକ ଟିମ ଯଦୁପୁରରେ ପହଂଚିଥିବା ଜଣାଯାଇଛି ।  ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ନେତାମାନେ ପରୀର ଗାଁରେ ପହଂଚି ତା’ ବାପା ଓ ମାଆଙ୍କ ସହ ଆଲେ।ଚନା କରିବାର କାର୍ଯ୍ୟକ୍ରମ ରହିଛି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ  ନରସିଂହ ମିଶ୍ର, ତାରା ବାହୀନିପତି, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ଜୟଦେବା ଜେନା, ଭକ୍ତ ଦାସ ଏବଂ ପ୍ରଦୀପ ମାଝୀ ପ୍ରମୁଖ ଏହି ଟିମରେ ସାମିଲ ହୋଇଛନ୍ତି । କେବଳ କଂଗ୍ରେସ ନୁହେଁ ବରଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପି ନେତାଙ୍କ ପ୍ରତିନିଧି ଦଳ ମଧ୍ୟ ଯଦୁପୁର ଗସ୍ତ କରିଛି ।  ଭୁବନେଶ୍ୱରରୁ ବାହାରିଥିବା ବିଜେପି ଟିମରେ ନୟାଗଡ଼ ଯଦୁପୁରରେ ପହଞ୍ଚିଛି ।

କୁନିଝିଅ ପରୀକୁ କିଏ, କାହିଁକି ହତ୍ୟା କଲା, ସେନେଇ ଅନୁଧ୍ୟାନ କରିବ ବିଜେପିର ପ୍ରତିନିଧି ଦଳ  । ଏହାଛଡ଼ା ଯେଉଁ ସ୍ଥାନରୁ ପରୀର ମୃତଦେହ ମିଳିଥିଲା, ସେହି ସ୍ଥାନକୁ ଯାଇ ଅନୁଧ୍ୟାନ କରିବେ ଏହାସହ  ପରୀର ବାପାମାଆଙ୍କୁ ମଧ୍ୟ ଭେଟି ଆଲେ।ଚନା କରିବାର ରହିଛି କାର୍ଯ୍ୟକ୍ରମ ।

You might also like