ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାଲକାନଗିରି: ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମନୀଷଙ୍କ ବିରୋଧରେ ନାନା ଅଭିଯୋଗ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯୋଗାଣ ଅଧିକାରୀ ଓ ମନୀଷ ମିଳିମିଶି ଚାଷୀଙ୍କୁ ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ।

ଦୁଇ ଜଣ ଅଧିକାରୀ ମାଲକାନଗିରି ଜିଲ୍ଲାରୁ ବିପୁଳ ଅର୍ଥ ବେଆଇନ ଭାବେ ସଂଗ୍ରହ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏ ନେଇ ପ୍ରଦୀପଙ୍କ ନେତୃତ୍ୱରେ ଏକ ଟିମ ଭିଜିଲାନ୍ସ କାର୍ଯ୍ୟାଳୟରେ ପହଂଚି  ଜିଲ୍ଲାର ବିଭିନ୍ନ ବିଭାଗରେ ହୋଇଥିବା ଦୁର୍ନୀତି ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ତେବେ ଏନେଇ ମନୀଷ ଅଗ୍ରୱାଲ କିମ୍ବା ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

 

You might also like