ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ବିଧାୟକଙ୍କୁ ଟାଣିଲା କଂଗ୍ରେସ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ବିଜେଡି ବିଧାୟକଙ୍କୁ ଟାଣିଲା କଂଗ୍ରେସ। ଟିଟୋ ସହ ବଡ଼ଚଣା ବିଧାୟକଙ୍କର ଲିଙ୍କ୍ ଥିବା ଅଭିଯୋଗରେ ୩୦ରୁ ଅଧିକ କଂଗ୍ରେସ କର୍ମୀ ଆଜି କ୍ରାଇମବ୍ରାଞ୍ଚ STF ଡିଆଇଜିଙ୍କୁ ଭେଟିଛନ୍ତି। ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଲମଗିରି, ଅଛୁତବସନ୍ତ, ମଝିପତା, ଚଣ୍ଡିଆ, ମାଣ୍ଡୁକା ପାହାଡ ଓ ବାଲିକୁଦା ବାଲିଘାଟରୁ ବିନା ଲିଜରେ ଖନନ କରି କୋଟିକୋଟି ଟଙ୍କାର ରାଜସ୍ୱ ହାନି ହୋଇଛି।

ତେଣୁ ରାଜନେତାଙ୍କ ବିନା ପୃଷ୍ଠ ପୋଷକତାରେ ଏପରି ବେନିୟମ କାର୍ଯ୍ୟ ସମ୍ଭବପର ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଟିଟୋ ସହ ବିଧାୟକଙ୍କ ଲିଙ୍କ୍‌ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ସେପଟେ ଅଭିଯୋଗ ଉଦ୍ଦେଶ୍ୟ ମୂଳକ ବୋଲି ବିଧାୟକ ଅମର ଶତପଥୀ କହିଛନ୍ତି।

You might also like
Comments
Loading...