ଭୁବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
https://youtu.be/thn1ObM2DZ8
କଂଗ୍ରେସ ଏଜେଣ୍ଟକୁ ମାଡ଼ ମାରି ବାହାର କରି ଦେଉଥିବା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଏଥିସହ ଘଷିପୁରା ନିର୍ବାଚନ ମଣ୍ଡଳୀରେ ପୁଲିସ୍ ଫୋର୍ସ ସଂଖ୍ୟା କମ୍ ରହିଛି। ଫଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି।