କାକଟପୁରରେ କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ

ତହସିଲ ଅଫିସ୍‌ରେ ତାଲା ଭାଙ୍ଗି ଧସେଇ ପଶିଲେ

ପୁରୀ  : ପୁରୀ ଜିଲ୍ଲା କାକଟପୁରରେ କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ। କଂଗ୍ରେସ କର୍ମୀ ତହସିଲ ଅଫିସ୍‌ରେ ତାଲା ଭାଙ୍ଗି ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣେ କର୍ମଚାରୀଙ୍କୁ ମାଡ଼ ମାରୁଥିବା ବେଳେ ଅନ୍ୟ କର୍ମଚାରୀ ଦୌଡି ପଳାଇଥିବା ଦେଖିବାକୁ ମିଳିଛି।

ଅଫିସ୍ ଗେଟ୍ ବନ୍ଦ କରି ତହସିଲଦାର ରୋଜିନା ଦାଶଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ଥିଲେ। ଏତିକି ବେଳେ ଅାନ୍ଦୋଳନକାରୀ କଂଗ୍ରେସ କର୍ମୀ ଅଫିସ୍ ଭିତରକୁ ଧସେଇ ପଶିଥିଲେ।

ସେହିପରି ଅାଜି ଭାରତ ବନ୍ଦ ଡାକରା ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ୍ ଖୋଲା ଥିବାରୁ ଗେଟ୍ ଭାଙ୍ଗି ଧସେଇ ପଶିଛନ୍ତି କଂଗ୍ରେସ କର୍ମୀ । ଗେଟ୍ ଭାଙ୍ଗି ଜିଲ୍ଲାପାଳଙ୍କ ଅଫିସ୍ ବନ୍ଦ କରିଛନ୍ତି।

You might also like