ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭର୍ଚୁଆଲ ରାଲିକୁ ସମାଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। କରୋନା ମହାମାରୀ ବେଳେ ଶାହ ଓଡ଼ିଶା ଲୋକଙ୍କ ସମସ୍ୟା ଉପରେ ଫୋକସ ନ କରି ରାଜନୈତିକ ଅଭିସନ୍ଧିମୂଳକ ମତ ରଖିଛନ୍ତି ବୋଲି ପ୍ରଦୀପ କହିଛନ୍ତି।

ରାଜ୍ୟରେ ମାସ୍କ, ପିପିଇ କିଟ୍ ଦୁର୍ନୀତି ସଂପର୍କରେ ଶାହ ମୁହଁ ଖୋଲିନାହାନ୍ତି। କେବଳ ନିଜ ସରକାରଙ୍କ ପ୍ରଚାର ପ୍ରସାର କରିଛନ୍ତି। କରୋନା ଆକ୍ରାନ୍ତ ଲୋକଙ୍କ ପାଇଁ ଶାହଙ୍କର ଦରଦ ନାହିଁ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ସେ ସମାଲୋଚନା କରିଛନ୍ତି। ଏଠାରେ କେବଳ ଖଣି ଭିତ୍ତିକ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଥିବା ପ୍ରଦୀପ କହିଛନ୍ତି ।

ଅଧିକାଂଶ ପ୍ରବାସୀ ଶ୍ରମିକ କୁଶଳୀ ଶ୍ରମିକ ହେଲେ ସେମାନଙ୍କୁ ରୋଜଗାର ଦେବା ନେଇ କିଛି ପଦକ୍ଷେପ ନିଆଯାଉ ନାହିଁ ବୋଲି ପ୍ରଦୀପ କହିଛନ୍ତି। ସେପଟେ କଂଗ୍ରେସର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଭାବିଛନ୍ତି ବିରୋଧୀଙ୍କୁ ଏହାକୁ ବୁଝିବାକୁ ଆହୁରି ୬୦ ବର୍ଷ ଲାଗିବ ବୋଲି ଲେଖାଶ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like