ରାଉରକେଲା: ରାଉରକେଲାର ଜଣେ ଡାକ୍ତରଙ୍କ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ସମ୍ପୃକ୍ତ ଡାକ୍ତରଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପ୍ରଥମେ ପଜିଟିଭ୍ ଓ ପରେ ନେଗେଟିଭ୍ ଆସିବା ପରେ ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ରାଉରକେଲା IGHରେ ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ପୁଣି ଥରେ RMRCରୁ RT-PCR ଟେଷ୍ଟ ପରେ ଡାକ୍ତରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏହାସହ ଶରୀରରେ ଅଧିକ ଆଣ୍ଟିବଡ଼ି ଥିବା ସ୍ପଷ୍ଟ ହୋଇଛି। ତେଣୁ ଏହି ଦୁଇଟି ଟେଷ୍ଟରୁ କେଉଁ ପରୀକ୍ଷା ରିପୋର୍ଟ ସଠିକ୍ ତାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଡାକ୍ତର ଜଣକ କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡର ୨ଟି ଡୋଜ୍ ନେଇଥିଲେ। ଏହାପରେ କରୋନାରେ ଆକ୍ରାନ୍ତ ହେବା ଖବର ଆସିଥିଲା।