ସାମ୍ବାଦିକ ପ୍ରବୀରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଓ ଡିଜିପି

ଭୁବନେଶ୍ୱର: ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପୋଲିସ ଡିଜି ଅଭୟ।  ପ୍ରବୀରଙ୍କ ଭଉଣୀଙ୍କ ସହ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ପୋଲିସ ଡିଜି। ଅଭୟ ଟୁଇଟ୍ କରି କହିଛନ୍ତି, ପ୍ରବୀର ଜଣେ ପ୍ରତିଭାଶାଳୀ ସାମ୍ବାଦିକ ଥିଲେ। କ୍ରାଇମ ରିପୋର୍ଟିଂ କରୁଥିଲେ। ପ୍ରବୀର ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଥିଲେ। ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ବୋଲି ଡିଜି ଟ୍ୱିଟ କରିଛନ୍ତି।Image may contain: 2 people

ଅନ୍ୟପଟେ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଛି। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ,ଅତିରିକ୍ତ ପୋଲିସ କମିଶନର ରେଖା ଲୋହାନୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପ୍ରବୀରଙ୍କ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ। ସେହିପରି କ୍ରାଇମ୍ ରିପୋର୍ଟିଂ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଅନ୍ୟ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ରହି ପ୍ରବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରାଯାଇଥିଲା।

ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବୀରଙ୍କ ପରଲୋକରେ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଗଣମାଧ୍ୟମ ଜଗତରେ ନିଜର ନିଆରା କାର୍ଯ୍ୟଶୈଳୀ ତାଙ୍କୁ ଅନନ୍ୟ ପରିଚୟ ଦେଇଥିଲା ବୋଲି ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବୈଜୟନ୍ତଙ୍କ ଅଫିସ ପକ୍ଷରୁ ଟ୍ୱିଟ କରି ଶୋକବାର୍ତ୍ତା ଦିଆଯାଇଛି। ପ୍ରବୀର ଜଣେ ଯୁବ ତଥା ପ୍ରତିଭାବାନ ସାମ୍ବାଦିକ ଥିଲେ ବୋଲି କରିବା ସହିତ ତାଙ୍କ ପରଲୋକରେ ପରିବାର ଲୋକଙ୍କୁ ସମବେଦନ ଜ୍ଞାପନ କରିଛନ୍ତି ବୈଜୟନ୍ତ।

ଆଜି IIMC ଢେଙ୍କାନାଳ ପକ୍ଷରୁ ମଧ୍ୟ ପୂର୍ବତନ ଛାତ୍ର ପ୍ରବୀର ପ୍ରଧାନଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। IIMC ଆଲୁମନି ଆସୋସିଏସନ୍‌ ମଧ୍ୟ ପ୍ରବୀରଙ୍କ ବିୟୋଗରେ ଶୋକବାର୍ତ୍ତା ଦେଇଛି।

Image may contain: Prabir Kumar Pradhan

You might also like