ଭୁବନେଶ୍ୱରରେ କ୍ୟାପିଟାଲ ଗୁଡ୍ସ ଇନ୍ ଷ୍ଟିଲ୍ ସେକ୍ଟର କନ୍‌କ୍ଲେଭ୍‌

ଓଡ଼ିଶାରେ ଇସ୍ପାତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଯୋଜନା

ଭୁବନେଶ୍ୱର : ଦେଶରେ ଇସ୍ପାତ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନର ଉତ୍ପାଦନ ପରିମାଣକୁ ଅାହୁରି ବଢ଼ାଇବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ବାର୍ଷିକ ୧୩୪ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଅଛି। ଅାଉ ୧୭୦ ମିଲିଅନ ଟନ୍ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଅାବଶ୍ୟକ ରହିଛି। ଏହା ଭିତରୁ ଦେଢ଼ ଲକ୍ଷ କୋଟି ଟଙ୍କା କେବଳ ମେସିନାରୀ ବା ଯନ୍ତ୍ରାଂଶ କିଣିବାରେ ଖର୍ଚ୍ଚ ହେବ । ଏହି କାରଣରୁ ସରକାର ନିଜ ଦେଶରେ ଇସ୍ପାତ କାରଖାନା ଯନ୍ତ୍ରାଂଶ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି । ଓଡ଼ିଶା ଯେହେତୁ ଦେଶରେ ଅଧିକ ଇସ୍ପାତ ଉତ୍ପାଦନ କରୁଛି ଓ ଇସ୍ପାତ ଶିଳ୍ପର ବିକାଶ ଲାଗି ସୁବିଧା ରହିଛି, ସେଥିଲାଗି ଓଡ଼ିଶାରେ ଏଭଳି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବାର ଅାବଶ୍ୟକ ରହିଛି ।

ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇଦେଲେ ଓଡ଼ିଶାରେ ମେସିନାରୀ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବୀରେନ୍ଦ୍ର ସିଂହ କହିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଇସ୍ପାତ ସଂପର୍କିତ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି। ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଅନନ୍ତ ଗୀତେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ ।

You might also like
Comments
Loading...