କମ୍ପ୍ୟୁଟର ଶିକ୍ଷକଙ୍କ ଭୋଟ ବର୍ଜନ ଚେତାବନୀ

୫ ବର୍ଷ କାର୍ଯ୍ୟ କରିବା ପରେ ଠିକା ସଂସ୍ଥା ଛଟେଇ କରିଥିବା ଅଭିଯୋଗ

ବାଲେଶ୍ୱର (ରଞ୍ଜିତ୍‌ ପାକଳ) : ବାଲେଶ୍ୱର ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ କମ୍ପ୍ୟୁଟର ତାଲିମ ଦେଉଥିବା ଶିକ୍ଷକ ମାନେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଶିକ୍ଷକ ମାନଙ୍କୁ ପୁନଃ ନିଯୁକ୍ତି ଦିଆ ନଗଲେ ସେମାନେ ସପରିବାର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲାର ବିଭିନ୍ନ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ କମ୍ପ୍ୟୁଟର ତାଲିମ ଦେବାଲାଗି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସରକାରଙ୍କ ଅନୁମୋଦିତ ଆଇ.ଏଲ.ଏଫ.ଏସ. ଠିକା ସଂସ୍ଥା ଅଧିନରେ ଶିକ୍ଷକ ମାନେ ୫ବର୍ଷ ଧରି କାର୍ଯ୍ୟ କଲେ। ହେଲେ ଏବେ ଏହି ସଂସ୍ଥା ସେମାନଙ୍କୁ ଛଟେଇ କରିଦେଇଛି।

ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିବା ସହ ୪ ଦଫା ଦାବି ପତ୍ର ପ୍ରଦାନ କରିଛି ସଂଘ। ଯଦି ସମୟ ସୀମା ଭିତରେ ସରକାର ପଦକ୍ଷେପ ନ ନିଅନ୍ତି,  ତାହା ହେଲେ ଶିକ୍ଷକମାନେ ସେମାନଙ୍କ ପରିବାର ସମେତ ଭୋଟ ବର୍ଜନ କରିବେ ବୋଲି ଚେତାବାନୀ ଦେଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ବାଲେଶ୍ୱରରେ ଭୋଟ ନିଆଯିବ।

 

You might also like