ଅାସିଲା ୨୦୧୭ ସାଧାରଣ ଓ ସାମାଜିକ କ୍ଷେତ୍ରର ସିଏଜି ରିପୋର୍ଟ

PMGSY କାମରେ ଅବହେଳାରୁ ରାଜ୍ୟ ହରାଇଛି ୧୫୫ କୋଟିର ଅନୁଦାନ

ଭୁବନେଶ୍ୱର : ୨୦୧୭ ଅାର୍ଥିକ ବର୍ଷର ସାଧାରଣ ଓ ସାମାଜିକ କ୍ଷେତ୍ର ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅନିୟମିତତା ନେଇ ସିଏଜି ରିପୋର୍ଟରେ ବହୁ ସାଂଘାତିକ ତଥ୍ୟ ଲୋକଲୋଚନକୁ ଅାଣିଛି । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦିଅାନ ଯାଇ କିଣାଯାଇଛି ଦାମୀ ଅତ୍ୟାଧୁନିକ ମେସିନ୍। ରଖିବାକୁ ସ୍ଥାନ ନଥିବାରୁ କାମରେ ନଲାଗି ପଡିରହିଛି ୪ କୋଟି ୪୯ ଲକ୍ଷ ଟଙ୍କାର ମେସିନ୍। ୨୦୧୭ ଅାର୍ଥିକ ବର୍ଷର ହିସାବନିକାଶର ଯାଞ୍ଚ କରି ଏହା ନଜରକୁ ଅାଣିଛନ୍ତି ସିଏଜି।

କେବଳ ସେତିକି ନୁହେଁ ନବକଳେବର ପାଇଁ ଦିଅାଯାଇଥିବା ଅର୍ଥରୁ ୪୪ ଲକ୍ଷ ୧୯ ହଜାର ଟଙ୍କା ହରୁଲିଟ୍ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଜେଲ୍ ପାଇଁ ବିନା ଟେଣ୍ଡରରେ ୫୯ ଲକ୍ଷ ୮୪ ହଜାର ଟଙ୍କାର ଔଷଧ କିଣାଯିବାକୁ ନେଇ ବି ସିଏଜି ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳତା ହେତୁ ରାଜ୍ୟ ସରକାର ୧୫୫.୩୩ କୋଟିର କେନ୍ଦ୍ରୀୟ ସହାୟତା ହରାଇଛନ୍ତି।

ଏହି ଯୋଜନା ଅନ୍ତର୍ଗତ ୧୨୦ଟି ରାସ୍ତାର ଦୈର୍ଘ୍ୟ ଡିପିଅାର ସହ ମେଳ ଖାଇନଥିବାରୁ ନିର୍ମାଣ କାମ ହୋଇପାରିନଥିଲା । ଅାଇଅାଇଟି ସୁପାରିସ ବହିର୍ଭୂତ ୫୬ଟି ବହୁମୁଖୀ ଅାଶ୍ରୟସ୍ଥଳୀ ନିର୍ମାଣ ଦ୍ୱାରା ୭୭ ଦଶମିକ ୮୪ କୋଟି ଅଧିକ ଖର୍ଚ୍ଚ ହୋଇଛି । ଅନ୍ୟପକ୍ଷରେ ଅାବଶ୍ୟକ ଉପକରଣ ଓ ବିଦ୍ୟୁତ ସଂଯୋଗ ନଥିବା କାରଣରୁ କାମ ଅାରମ୍ଭର ୬ ବର୍ଷ ପରେ ମଧ୍ୟ ଅାଗୁଅା ସୂଚନା ପ୍ରଦାନକାରୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିନଥିବା ଦର୍ଶାଇଛନ୍ତି ସିଏଜି।

ଜେଲ ସଂସ୍କାର କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟ ଗୃହ ବିଭାଗ ୭୫ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦେଇନଥିବାରୁ ରାଜ୍ୟ ଅବଶିଷ୍ଟ ୨୫ କୋଟି ଅନୁଦାନ ପାଇନାହିଁ। ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୧୭ ସୁଦ୍ଧା ରାଜ୍ୟର ୩୫ ପ୍ରତିଶତ ପରିବାରକୁ ଜଳ ଯୋଗାଣ ଲକ୍ଷ୍ୟ ଥିଲା। ତେବେ ଏହା ମାତ୍ର ୩.୫ ପ୍ରତିଶତ ପୂରଣ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଛି।

ଓଡ଼ିଶା ଷ୍ଟେଟ୍ ପୁଲିସ ହାଉସିଂ ଅାଣ୍ଡ ୱେଲଫେୟାର କର୍ପୋରେସନ ନିୟମ ବହିର୍ଭୂତ ଅଧିକ ଜମିରେ ୬୪୩ ଷ୍ଟାଫ କ୍ୱାର୍ଟର ନିର୍ମାଣ କରିବା ଦ୍ୱାରା ୨୬.୭୬ କୋଟିର ଅଧିକ ଖର୍ଚ୍ଚ ହୋଇଛି। ସେହିପରି ବିଭିନ୍ନ ଯୋଜନା ବାବଦକୁ ଖର୍ଚ୍ଚ ହୋଇନଥିବା ଟଙ୍କାକୁ ଫ୍ଲେକ୍ସି ଅାକାଉଣ୍ଟରେ ନରଖି ସେଭିଙ୍ଗସ କିମ୍ବା କରେଣ୍ଟ ଅାକାଉଣ୍ଟରେ ରଖାଯାଇଥିବାରୁ ସୁଧ ବାବଦକୁ ରାଜ୍ୟ ସରକାର ୧୫.୩୯ କୋଟି ଟଙ୍କା ହରାଇଥିବା ସିଏଜି କହିଛନ୍ତି।

ଅନ୍ୟପକ୍ଷରେ ଅନୁକମ୍ପା କରି ୧୧୮ଟି କଲେଜରେ ଲାଙ୍ଗୁଏଜ ଲାବୋରେଟେରି ପ୍ରତିଷ୍ଠା ପାଇଁ ଘରୋଇ ଫାର୍ମକୁ ଦାୟିତ୍ୱ ଦିଅାଯାଇଥିଲା । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଅାଶାନୁରୂପ ଫଳ ମିଳିନଥିବା ସିଏଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି।

You might also like