ମହାରଥୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଅଭିଯୋଗ

ପିପିଲି: ବିବାଦୀୟ ମନ୍ତବ୍ୟକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମହାରଥୀଙ୍କ ବିରୋଧରେ ପିପିଲି ଡେଲାଙ୍ଗ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପିପିଲି ଥାନାରେ ଅଭିଯୋଗ ହୋଇଛି।

ଯଦି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଥାନାରେ ଚାବି ପକାଇବାକୁ ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା।

ଏପଟେ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗକୁ ଗ୍ରହଣ କରାଯାଇଛି ଓ ଏହାର ତଦନ୍ତ କରାଯିବ। ଏପଟେ ବିବାଦୀୟ ମନ୍ତବ୍ୟ ଅଭିଯୋଗ ପ୍ରସଙ୍ଗରେ ପୂର୍ବରୁ ମହାରଥୀ କହିଥିଲେ, ସେ କୌଣସି ଭୁଲ୍ କରି ନାହାଁନ୍ତି , ତେଣୁ କ୍ଷମା ମାଗିବେ ନାହିଁ।

You might also like