କଂଗ୍ରେସର ପ୍ରଶ୍ନ- କନ୍ଦରପୁର ନା ମୀରଟ୍, କେଉଁଠୁ ସ୍ନାତକ କରିଛନ୍ତି ଅନୁଭବ

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ। ସାଂସଦ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୧୪ ରାଜ୍ୟସଭା ନିର୍ବାଚନରେ ଦାଖଲ କରିଥିବା ସାର୍ଟିଫିକେଟ୍ ଜାଲ ବୋଲି ଅଭିଯୋଗ କରିିଛି କଂଗ୍ରେସ।

କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଆଜି ଏକ ପ୍ରେସମିଟରେ ଦର୍ଶାଇଛନ୍ତି ଯେ, ଅନୁଭବ ୨୦୧୪ ରାଜ୍ୟସଭା ନିର୍ବାଚନ ସତ୍ୟପାଠରେ ସେ ମିରଟର ସୋଭିଏତ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିରୁ +୩ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ RTI ସୂଚନାରୁ ମିିଳିଥିବା ତଥ୍ୟ ଅନୁସାରେ, ଅନୁଭବ ଏବେ ବି କଟକ କନ୍ଦରପୁର କଲେଜର +୩ ଛାତ୍ର । କାରଣ ଅନୁଭବ ମାଇଗ୍ରେସନ ସାର୍ଟିଫିକେଟ୍ ବିନା ଅନ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିଲେ କେମିତି ବୋଲି ପ୍ରଶ୍ନ କରିଛି ଦଳ ।

ଅନ୍ୟପକ୍ଷରେ ୨୦୧୦ରେ ଉକ୍ତ ବିଶ୍ୱବିଦ୍ୟାଳୟଠୁ  ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମାନବ ସମ୍ବଳ ବିଭାଗ ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ । ଅର୍ଥାତ ସରକାରଙ୍କ ସ୍ୱୀକୃତି ନଥିବା ଏକ ବିଶ୍ୱାବିଦ୍ୟାଳୟରେ ଅନୁଭବ କେମିତି ପାଠ ପଢୁଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିବା ସହ ନିର୍ବାଚନ କମିଶନଙ୍କୁ ଜାଲ ସାର୍ଟିଫିକେଟ ଦେଇ ନିର୍ବାଚନ ଲଢିଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି । ଏପଟେ କଂଗ୍ରେସର ଅଭିଯୋଗ ନେଇ ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

You might also like