ସରିଲା ରଥଯାତ୍ରା: ଶ୍ରେୟ ନେବାକୁ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟଙ୍କ କଟକଣା ମାନି ସଫଳ ଭକ୍ତଶୂନ୍ୟ ରଥଯାତ୍ରା ପରେ ଏବେ ଶ୍ରେୟ ନେବାକୁ ପ୍ରତିଯୋଗିତା ଲାଗିଛି। ବିଜେପି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଷଡ଼ଯନ୍ତ୍ରକାରୀ କହି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ରଥ ଗଡ଼ିଲା ବୋଲି କହିଛି। ବିଜେଡି କିନ୍ତୁ ଏ ନେଇ ଚୁପଥିବା ବେଳେ କଂଗ୍ରେସ କହିଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେହି ରଥଯାତ୍ରା ଚାହୁଁନଥିଲେ। କାଳିଆ ଯୋଗୁ ହିଁ ରଥଯାତ୍ରା ସୁରୁଖୁରରେ ହେଲା

ବିନା ଭକ୍ତରେ ରଥ ଗଡ଼ିବା ବଡ଼ଦାଣ୍ଡରେ ନୂଆ ଇତିହାସ ସୃଷ୍ଟି କରିଛି। କରୋନାର ଆତଙ୍କ ଭିତରେ ବି ସମ୍ଭବ ହୋଇଛି। ସୁପ୍ରିମକୋର୍ଟଙ୍କ ୧୧ ସର୍ତ୍ତ ମାନି ସୁରୁଖୁରରେ ସମ୍ପାଦିତ ହେଲା ଏ ବର୍ଷର ଘୋଷଯାତ୍ରା। ତେବେ ଏ ସଫଳତାର ଶ୍ରେୟ ନେବାକୁ ଏବେ ଆରମ୍ଭ ହୋଇଛି ରାଜନୈତିକ ପ୍ରତିଯୋଗିତା।

ରାଜ୍ୟ ସରକାର ଚାହୁଁନଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଯୋଗୁ ବଡ଼ଦାଣ୍ଡରେ ରଥ ଗଡ଼ିଲା ବୋଲି ବିଜେପି କହିଛି। କେବଳ ଏତିକି ନୁହେଁ ରଥଯାତ୍ରା ନ କରିବାକୁ ଆବେଦନକାରୀଙ୍କ ସହ ମିଶି ପରୋକ୍ଷରେ ରାଜ୍ୟ ସରକାର ହିଁ ଷଡ଼ଯନ୍ତ୍ର କରିଥିଲେ ବୋଲି ଦଳ ଅଭିଯୋଗ ବି ଆଣିଛି। ବିଜେଡି କିନ୍ତୁ ଏ ଅଭିଯୋଗ ଉପରେ ପୂରା ଚୁପ୍। ତେବେ କଂଗ୍ରେସ କହିଛି ଉଭୟ ରାଜ୍ୟ କିମ୍ବା କେନ୍ଦ୍ର ସରକାର କେହି ଚାହିଁନଥିଲେ ରଥଯାତ୍ରା ହେଉ।

ରଥ ନିର୍ମାଣ ପର୍ବଠାରୁ ଆରମ୍ଭ କରି ରଥ ଗଡ଼ିବା ଯାଏଁ ଯଦିଓ ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ, ତେବେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ପ୍ରଥମରୁ ୧୨ ଦିନ ବିଳମ୍ବରେ ମେ ୭ ତାରିଖରେ କେନ୍ଦ୍ରର ଅନୁମତି ପରେ ରଥକାମ ଆରମ୍ଭ ହେଲା। ପରେ ରଥଯାତ୍ରା ନ କରିବାକୁ ହାଇକୋର୍ଟରେ ମାମଲା ହେଲା। ତେବେ କୋର୍ଟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ। ମାମଲା ସୁପ୍ରିମକୋର୍ଟ ଗଲା ଆଉ ରାଜ୍ୟ ସରକାର ଚୁପ୍ ବସି ରହିଲେ।

ରଥଯାତ୍ରା ବନ୍ଦ ପାଇଁ ରାୟ ଆସିଲା। ୧୮ ତାରିଖରେ ତେବେ ସୁପ୍ରିମକୋର୍ଟରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଠିଆ ହେଲା। ରଥଯାତ୍ରାରେ ୧୦ ରୁ ୧୨ ଲକ୍ଷ ଲୋକ ହେବେ ବୋଲି ସରକାର କହିବା ପରେ ସୁପ୍ରିମକୋର୍ଟ ରଥଯାତ୍ରା ଉପରେ କଟକଣା ଲଗାଇଥିଲେ।

ସବୁ ରାଜନୈତିକ ଦଳ ବି କୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କଲେ। ତେବେ ଭକ୍ତଙ୍କ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କୁ ଗଜପତିଙ୍କ ଅନୁରୋଧ ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ପରେ ବଦଳିଥିଲା ମୋଡ। ସେବାୟତ କହିଛନ୍ତି, ଏଥର ବଡ଼ଦାଣ୍ଡରେ ରଥଗଡ଼ିବାର  ଶ୍ରେୟ କେବଳ କାଳିଆ ଠାକୁରଙ୍କର।

କୋଭିଡ୍ ନିୟମ ମାନି ରଥଯାତ୍ରା କରିବାକୁ ୨୨ ତାରିଖରେ ସୁପ୍ରିମକୋର୍ଟ କହିବା ପରେ କେନ୍ଦ୍ର ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟକୁ ନେଇ ଟୁଇଟ୍ କିରଥିଲେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ।  ମୁଖ୍ୟମନ୍ତ୍ରୀ ବି କେନ୍ଦ୍ରର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଆଉ ଏବେ ବିଜେପି ଏବେ ଏ ସଫଳତାକୁ ନେଇ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିଦେଇଛି।

ଆହୁରି ପଢ଼ନ୍ତୁ

ବିଧାନସଭା ସମ୍ମୁଖରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଯୁବକଙ୍କ ହାଇଡ୍ରାମା

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ଆଜିଠୁ ଖୋଲିଲା ଭିତରକନିକା

ନୂଆ ନିୟମ: ଆଉ ସାଙ୍ଗରେ ଆଣିବାକୁ ପଡ଼ିବନି DL

୬୦ ଟଙ୍କା ପାଇଁ ପାନ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

You might also like