ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା

ଯାଜପୁର: ଯାଜପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ପାଇଁ ସରକାରୀ ଅଫିସ୍ ମନା ହୋଇଛି। ଆସନ୍ତା ୮ ତାରିଖ ମଧ୍ୟରାତ୍ରୀ ଯାଏ ଲାଗୁ ହୋଇଛି ଏହି ନିୟମ। ସବୁ ଅଫିସ୍ ଫାଟକରେ ତାଲା ପକାଯାଇଛି। କେବଳ ଅଫିସ୍‌ରେ କର୍ମଚାରୀମାନେ କାମ କରିବେ। କୌଣସି ଅତିଆବଶ୍ୟକ କାମ ହେଲେ ସେ ସବୁ ଅନ୍‌ଲାଇନ୍‌ରେ କରିବାକୁ ନିବେଦନ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର।ଏହାସହ ଅଯଥାରେ ସରକାରୀ କାର୍ଯ୍ୟାଳୟ ଆସି ଭିଡ଼ ନ କରିବାକୁ ସେ ନିବେଦନ କରିଛନ୍ତି।

ସବୁ କାର୍ଯ୍ୟାଳୟରେ ଏନେଇ ସୂଚନା ଫଳକ ଲଗାଯାଇଛି। ଯାଜପୁର ଜିଲ୍ଲାର ଜଣେ ତହସିଲଦାର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏନେଇ ସରକାରୀ କାର୍ଯ୍ୟାଳୟକୁ ସାଧାରଣଲୋକଙ୍କୁ ଯିବାକୁ ମନା କରାଯାଇଛି।

You might also like