କୋଭିଡ୍ ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏହି କମିଟିର ସଦସ୍ୟ ଆବାହକ ରହିବେ । ଶିଶୁଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ବଢୁଥିବାରୁ କମିଟି ତର୍ଜମା କରିବ ।

ସେହିପରି ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ ସୁରକ୍ଷା ଲାଗି ମଧ୍ୟ କମିଟି ଗଠନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହେଉଥିବା ଟିକାକରଣର ତଦାରଖ କରିବ । ସ୍ୱାସ୍ଥ୍ୟ ବିଭାଗ ପରାମର୍ଶଦାତା ଶ୍ରୀନାଥ ରେଡ୍ଡୀ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି ।

ଅନ୍ୟପଟେ ଏଣିକି ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ରହିବ ହେଲ୍ପ ଡେସ୍କ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟର ସବୁ କୋଭିଡ୍ ହସ୍ପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ । ହେଲ୍ପ ଡେସ୍କ ଗୁଡ଼ିକ ସପ୍ତାହ ସାରା ୨୪ ଘଣ୍ଟା କାର୍ଯ୍ୟ କରିବ । ସବୁ ହେଲ୍ପ ଡେସ୍କରେ ରହିବ ଟୋଲ୍ ଫ୍ରି ନମ୍ବର । ହେଲ୍ପ ଡେସ୍କର ସୁପରିଚାଳନା ପାଇଁ ସ୍ୱେଚ୍ଛାସେବୀଙ୍କ ସହାୟତା ନିଆଯିବ ବୋଲି କୁହାଯାଇଛି ।

ସେହିଭଳି ଏଣିକି କୋଭିଡ ହସ୍ପିଟାଲରେ ସିସିଟିଭି ବ୍ୟବସ୍ଥା ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି  । ସଂପର୍କୀୟ ଚାହିଁଲେ ସିଧାସଳଖ ରୋଗୀଙ୍କୁ ଦେଖି ପାରିବେ । ସିସିଟିଭି ପାଇଁ ସ୍ୱତନ୍ତ୍ର କନଫରେନ୍ସ ହଲର ବ୍ୟବସ୍ଥା କରାଯିବ । ହେଲ୍ପ ଡେସ୍କରେ ମଧ୍ୟ ରହିବ ସୋସିଆଲ ମିଡିଆର ବ୍ୟବସ୍ଥା । ସଂପର୍କୀୟ ଚାହିଁଲେ ରୋଗୀଙ୍କ ଫଟୋଚିତ୍ର ଦେଖିବା ସହ କଥା ମଧ୍ୟ ହୋଇପାରିବେ । ରୋଗୀଙ୍କ ସ୍ୱସ୍ଥ୍ୟାବସ୍ଥା ନେଇ ପ୍ରତିଦିନ ସଂପର୍କୀୟଙ୍କୁ ଅପଡେଟ୍ କରାଯିବ । SMS କିମ୍ବା ସୋସିଆଲ ମିଡିଆ ସାହଯ୍ୟରେ କରାଯିବ ଅପଡେଟ୍ ।

You might also like