• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ପଛୁଆ ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ। ୨୦୧୮ରୁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ  ସରକାର ତତ୍ପରତା ପ୍ରକାଶ କରିଛନ୍ତି।  ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଆକ୍ସନ ପ୍ଲାନ ଠିକ ଭାବେ କାମ କରୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ଗଠନ ହୋଇଛି ଏକ ରାଜ୍ୟସ୍ତରୀୟ କମିଟି ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ମୋଟ ୧୧୫ଟି ପଛୁଆ ଜିଲ୍ଲାକୁ ନିଆଯାଇଛି । ଏଥି ମଧ୍ୟରେ ରହିଛି ଓଡ଼ିଶାର ୧୦ଟି ଜିଲ୍ଲା। ତେଣୁ ଏହି ୧୦ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ ରହିଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ରାଜ୍ୟ ସ୍ତରୀୟ କମିଟିରେ ୧୪ ଜଣ ସଦସ୍ୟ ରହିଛନ୍ତି। ଏଥିସହିତ ଜଣେ ଆବାହକ ମଧ୍ୟ ରହିଛନ୍ତି।

ପ୍ରଦୀପ୍ତ ମହାପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ଏବଂ ଅନୁ ଗର୍ଗଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି କୋରାପୁଟ ଜିଲ୍ଲା ଦାୟିତ୍ୱ ସୌରଭ ଗର୍ଗଙ୍କୁ ଦିଆଯାଇଥିବାବେଳେ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ଡିଆରକେ ସିଂଙ୍କୁ ଦିଆଯାଇଛି ।

କନ୍ଧମାଳ ଜିଲ୍ଲାର ଦାୟିତ୍ୱ ସଂଜୀବ ଚୋପ୍ରାଙ୍କୁ ଏବଂ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି । ନୂଆପଡ଼ା ଜିଲ୍ଲା ଦାୟିତ୍ୱ ଶାଶ୍ୱତ ମିଶ୍ର, ଗଜପତି ଦାୟିତ୍ୱ ଏସ୍.କେ. ସିଂହ, ବଲାଙ୍ଗିର ଜିଲ୍ଲା ଦାୟିତ୍ୱ ପ୍ରମୋଦ ମେହେର୍ଦ୍ଦା, ମାଲକାନଗିରି ଜିଲ୍ଲା ଦାୟିତ୍ୱ ଭି.ଭି. ଯାଦବଙ୍କୁ ଦିଆଯାଇଛି ।

ସଚିବମାନେ ଜିଲ୍ଲାର ୫ଟି ପ୍ରସଙ୍ଗକୁ ନେଇ ବିକାଶର ତଦାରଖ କରିବ। ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବେ ସମସ୍ତ ୧୦ ସଚିବ।

Commitee-formed-to-implement-aakankhy-jilla-projest-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories