ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ
ଭୁବନେଶ୍ୱର: ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଧରିଲା ପୁଲିସ୍। ୧୦୮ ମେଡିସିନ୍ ଲେଖାଥିବା ଦୁଇଟି କାର୍ଟୁନ୍ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସର କ୍ୱିକ୍ ଆକ୍ସନ୍ ଟିମ୍ ଏହାକୁ ଜବତ କରିଛି।
ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ସବୁ ଗଞ୍ଜେଇ ରାୟଗଡ଼ା ଓ କନ୍ଧମାଳରୁ ବସ୍ ଯୋଗେ ଅଣା ଯାଇଥିଲା। ପରେ କାର ଯୋଗେ ଏହି ଗଞ୍ଜେଇ ଠିକଣା ସ୍ଥାନକୁ ନିଆଯାଉଥିବାବେଳେ ଖଣ୍ଡଗିରି ଅଞ୍ଚଳରୁ ଧରାପଡ଼ିଛି।
ତେବେ ଏହି ଘଟଣାରେ ପୁଲିସ୍ ୩ଜଣଙ୍କୁ ଧରି ପଚରା ଉଚରା କରୁଛି। ଗଞ୍ଜେଇ ଚାଲାଣ କାରବାର ପଛରେ କାହାର ହାତ ରହିଛି ଏବଂ କେବେଠାରୁ ଏହା ଚାଲିଛି, ଏହାର ଖୋଳତାଡ଼ କରୁଛି ପୁଲିସ୍।