ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ

କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ

କଟକ: କଟକ ବାଲିଘାଟରେ କମିଶନରେଟ୍ ପୋଲିସର ଚଢାଉ। କଟକ ଗୋପାଳପୁରର ପାଇକସାହି ବାଲିଘାଟରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉରେ ୭ଟି ଟ୍ରାକ୍ଚର ସହ ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ ଗିରଫଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ଏଥିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ବାଲି ଚୋରା ଚାଲାଣ ହେଉଥିବା

ଖବର ପାଇ କମିଶନରେଟ ପୋଲିସର ସ୍ପେଶାଲ ଟିମ ଛକି ରହିଥିଲା। ଆଉ ଭୋରରୁ ବାଲି ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବେଳେ ଏମାନଙ୍କୁ ଧରିଥିଲା ପୋଲିସ। ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଏକାଧିକ ରେଡ୍ କରିଛି ପୋଲିସ।  ବେଆଇନ୍ ବାଲିଚାଲାଣ ଅଭିଯୋଗରେ ପୋଲିସ ଏହି ଚଢାଉ କରିଥିବା ଜଣାପଡିଛି।

ତେବେ ମିଳିଥିବା ସୂଚନା ଅନୁସାରେ, ପାଇକ ସାହିରେ ବାଲିଖାଦନକୁ ଅନୁମତି ଦିଆଯାଇନାହିଁ। କିନ୍ତୁ  ବେଆଇନ ଭାବରେ ଲଗାତାର ଭାବରେ ଏହି ସ୍ଥାନରୁ ବାଲି ଚୋରାଚାଲାଣ କରାଯାଉଥିଲା। ବାଲି ଚୋରାଚାଲାଣ ସମ୍ପର୍କରେ ଖବର ପାଇଥିଲା କମିଶନରେଟ୍ ପୋଲିସ। ଆଉ ପରେ ଚଢାଉ କରିଥିଲା ପୋଲିସର ସ୍ୱତନ୍ତ୍ର ଟିମ୍। ଏହି ଘଟଣାରେ ଗିରଫଦାରୀଙ୍କ ସଂଖ୍ୟା ବଢିପାରେ ବୋଲି ମଧ୍ୟ ସୂଚନା ରହିଛି।

You might also like