ଓଟିଭି ଲୋଗୋ ବ୍ୟବହାର କରି ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ଜଣେ ଅଟକ

ଭୁବନେଶ୍ୱର : ଓଟିଭି ଲୋଗୋ ବ୍ୟବହାର କରି ସୋଶାଲ୍ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ। ସଂପୃକ୍ତ ବ୍ୟକ୍ତିଙ୍କୁ ଏବେ ଅଧିକ ପଚରାଉଚରା କରାଯାଉଛି ବୋଲି ଡିସିପି କହିଛନ୍ତି।

ଓଟିଭି ପକ୍ଷରୁ ଇନଫୋସିଟି ଥାନାରେ ଦାୟର ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଗତ ୨୫ ତାରିଖରେ ଓଟିଭି ଲୋଗୋ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଏକ ମିଥ୍ୟା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓଟିଭିକୁ ବଦନାମ୍ କରିବା ଲାଗି ହୀନ ଉଦ୍ଦେଶ୍ୟ ରଖି ଏମିତି ବିଭ୍ରାନ୍ତିକର ଖବର ସୋଶାଲ୍ ମିଡିଆରେ ଛାଡିଥିଲେ।

ତେବେ ଏଭଳି ଫେକ୍ ନ୍ୟୁଜ୍‌କୁ ସେୟାର ନକରିବା ଲାଗି ସେହିଦିନ ହିଁ ଓଟିଭିର ସୋଶାଲ ମିଡିଆା ସାଇଟ୍‌ରେ ଅନୁରୋଧ କରାଯାଇଥିଲା। ଓଟିଭିର ଏହି ସ୍ପଷ୍ଟୀକରଣ ପରେ ବି କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ଏହି ମିଥ୍ୟା ଖବରକୁ ସୋଶାଲ ମିଡିଆରେ ସେୟାର କରିବା ଜାରି ରଖିଛନ୍ତି। ତା ସହିତ ପୋଷ୍ଟରେ ଦିଆଥିବା କମେଣ୍ଟ୍ ଓଟିଭିକୁ ବଦନାମ କରିବାକୁ ଉଦ୍ଦିଷ୍ଟ ତାହା ମଧ୍ୟ ସ୍ପଷ୍ଟ ଜଣାପଡୁଛି।

ତେବେ ଏଠାରେ ଆମେ ଆଉ ଥରେ କହି ରଖୁଛୁ, ଏଭଳି ଫେକ୍ ନ୍ୟୁଜ୍‌କୁ ସେୟାର କରିବା ଆଇନତଃ ଅପରାଧ। ଆଉ ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଓଟିଭି ଆଗକୁ ମଧ୍ୟ ଆଇନଗତ ପଦକ୍ଷେପ ଗ୍ରହଣ କରିବ।

ଆହୁରି ପଢ଼ନ୍ତୁ

ଡିନାମାଇଟ୍‌ ଦେଇ ନଦୀବନ୍ଧ ଉଡାଇବା ଅଭିଯୋଗ; ବିଧାୟକଙ୍କ ସମେତ ୬ ଜଣଙ୍କୁ ନୋଟିସ୍‌ କଲେ ଲୋକାୟୁକ୍ତ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

You might also like