ନିୟମ କଡ଼ାକଡ଼ି ପରେ ସୁଧୁରୁଛି ଟ୍ରାଫିକ ସମସ୍ୟା

ଭୁବନେଶ୍ୱର: ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ଆଦାୟ ହେଉଛି ଜରିମାନା। ଗତକାଲି କେବଳ ଟ୍ୱିନ୍‌ସିଟିରେ ୮ ଲକ୍ଷ ୧୬ ହଜାର ୫୦୦ ଟଙ୍କା ଚାଲଣ କଟାଯାଇଛି।

ଅନ୍ୟପକ୍ଷରେ କଡା ଟ୍ରାଫିକ ନିୟମ ଯୋଗୁ ଟ୍ରାଫିକ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଜେବ୍ରା କ୍ରସିଂ ଅବମାନନା, ଓଭର ଟେକିଂ  କରୁଥିବା ଗାଡ଼ି ଚାଳକଙ୍କୁ ଜଗୁଛି ଡ୍ରୋନ୍‌। ଏଭଳି କିଛି ଦୃଶ୍ୟ ଭୁବନେଶ୍ୱରର ଏଜି ଛକରେ ଦେଖିବାକୁ ମିଳିଛି। ଯେଉଁଠି ଡ୍ରୋନ୍‌ କ୍ୟାମେରା ବୁଲୁଥିବା ନଜର ଆସିଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱରର ନାଲ୍‌କୋ ଓ ରୂପାଲି ଛକରେ ମଧ୍ୟ ଡ୍ରୋନ୍‌ କ୍ୟାମେରା ଜଗୁଥିବା ଜଣାପଡ଼ିଛି।

You might also like