ଫିକା ପଡ଼ିବ ହୋଲି: ଦୋଳ ମେଳଣ ଉପରେ କଟକଣା

ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶକୁ ଅନୁମତି ନାହିଁ

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ

ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା

ଲାଇଟ ଓ ଜନଗହଳିକୁ ବାରଣ 

ଏକାଠି ହୋଲି ଖେଳିବା ମନା

ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ

କଟକ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଆଜି କଟକ ଡିସିପି ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ କଟକଣା ଭିତରେ କଟକରେ ଦୋଳ, ହୋଲି ଓ ମେଳଣ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ପର୍ବ ପାଳନ ବେଳେ ମେଳଣ ପଡ଼ିଆରେ ୨୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।

ପ୍ରତି ବିମାନରେ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ମୋଟ ୧୦ ଜଣ ଭିତରେ ରହିପାରିବେ । ଏହାସହ ମେଳଣରେ ଡିଜେ ଓ ପ୍ରୋସେସନ ହେବ ନାହିଁ ବୋଲି କୁହାଯାଇଛି। ମେଳଣ ପଡ଼ିଆରେ ମାଇକ୍, ଡିଜେକୁ ଅନୁମତି ନାହିଁ  । ସେହିପରି କେହି ଲାଠି କି ବାଡ଼ି ନେଇ ଆସି ପାରିବେ ନାହିଁ  । ଦୋଳ ମେଳଣ ବେଳେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ନିଜ ଘରେ ହୋଲି ପାଳିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଜାରି ହୋଇଥିବା ଗାଇଡଲାଇନ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଆଜି କଟକ ଅରୁଣୋଦୟ ନଗର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଅନ୍ତେବାସୀ ହଷ୍ଟେଲର ବୋଲି ସୂଚନା ମିଳିଛି। ବୁଧବାର ଶିକ୍ଷାନୁଷ୍ଠାନରୁ ଏହି  ଦିନ ୧୨ ଜଣ ଚିହ୍ନଟ ହୋଇଥିଲେ। ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନକୁ ଆସନ୍ତା ୧୦ ଦିନ ପାଇଁ ବନ୍ଦ କରିଦିଆଯାଇଛି। ବୁଧବାର ସଂପୃକ୍ତ ଶିକ୍ଷାନୁଷ୍ଠାନରୁ ପଜିଟିଭ ବାହାରିବା ପରେ ଗୁରୁବାର ୭୧ ଜଣଙ୍କର ଟଷ୍ଟିଂ କରାଯାଇଥିଲା। ସେଥି ମଧ୍ୟରୁ ୧୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

You might also like