୬ ଜଣ ମିଶି ବଟି ଆଦାୟ କରୁଥିଲେ, ଧରିନେଲା ପୋଲିସ

ଭୁବନେଶ୍ୱର: ଲକ୍ଷାଧିକ ଟଙ୍କା ବଟି ନେବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ୬ ଜଣ ଯାକ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିଲେ। ଘଟଣା ଆଉ କେଉଁଠି ନୁହେଁ, ଖୋଦ ରାଜଧାନୀରେ ଘଟିଛି। ଗିରଫ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଘିଅ କମ୍ପାନୀରୁ ବଟି ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ପୋଲିସ ସେମାନଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା ସେମାନଙ୍କ ମଧ୍ୟରୁ ୫ ଜଣ ଏକ ୱେବ ଚ୍ୟାନେଲ୍‌ରେ ସାମ୍ବାଦିକ ଭାବେ କାମ କରୁଛନ୍ତି।

ଏମାନେ ସଂପୃକ୍ତ କମ୍ପାନୀକୁ ପ୍ରଥମେ ୩ ଲକ୍ଷ ଟଙ୍କା ବଟି ମାଗିଥିଲେ।  କମ୍ପାନୀ ମାଲିକ ତାଙ୍କୁ ୧ ଲକ୍ଷ ୬୪ ଟଙ୍କା ଦେଉଥିବାବେଳେ ପୋଲିସ ସେମାନଙ୍କୁ ଧରିଥିଲା।  ସେମାନଙ୍କ ମୋବାଇଲ, ଆଇକାର୍ଡ ଜବତ କରାଯାଇଛି । ଡକାୟତି ମାମଲା ରୁଜୁ କରି ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଛି।

You might also like