ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍

ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ୍‌

ଭୁବନେଶ୍ୱର: ଘାତକ ମୋମୋ ଚ୍ୟାଲେଂଜ୍ ଗେମ୍ ବିରୋଧରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ କମିଶନରେଟ୍ ପୁଲିସ। କମିଶନରେଟ୍ ପୁଲିସ ପକ୍ଷରୁ ଚାଲୁଥିବା ‘ନୋ ଇୟୋର ପୁଲିସ’ ସ୍କିମରେ ସ୍କୁଲ ପିଲାମାନଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଚଳିତ ସପ୍ତାହରେ ୨ଟି ସ୍କୁଲର ପିଲାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ଥାନାକୁ ଡକାଯାଇ ସେମାନଙ୍କ ସହ ପୁଲିସ ପ୍ରାୟ ୧ ଘଣ୍ଟା ଧରି ଅାଲୋଚନା କରିବ।

ପିଲାମାନଙ୍କୁ ମୋମୋ ଚ୍ୟାଲ଼େଂଜ ଭଳି ଖେଳ ପ୍ରତି ଅାକର୍ଷିତ ନହେବାକୁ ସଚେତନ କରାଯିବା ସହ ଅାଇନ, ଅପରାଧ ଓ ତଦନ୍ତ ଅାଦି ପ୍ରସଙ୍ଗରେ ସମ୍ୟକ୍‌ ସୂଚନା ପ୍ରଦାନ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି। ପୂର୍ବରୁ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ମୋମୋ ଚ୍ୟାଲେଂଜ୍ ସମ୍ପର୍କରେ ଏକ ଅାଡଭାଇଜରୀ ମଧ୍ୟ ଜାରି ହୋଇଥିଲା।

You might also like