ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

ଭୁବନେଶ୍ୱର: ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ।  ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବନ୍ଦର ନିର୍ମାଣ ପାଇଁ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହ ବନ୍ଦର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ।

ଶିଳ୍ପାଞ୍ଚଳ ପ୍ରତିଷ୍ଠା ଓ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି। ଶିଳ୍ପାଞ୍ଚଳ ପାଇଁ ୫୦୦ଏକର ଓ ବିମାନ ବନ୍ଦର ପାଇଁ ୪୪୪ ଏକର ଜାଗା ଚିହ୍ନଟ ହୋଇଥିବା ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଧାମରାରେ ଏକ ଉଚ୍ଚ ମାନର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାମୁଝାଡି-ଧାମରା ରାସ୍ତାର ପ୍ରଶସ୍ତିକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା।

You might also like