ମହଙ୍ଗା ପଡ଼ିଲା କୋଭିଡ୍‌ ନିୟମ ନ ମାନି ବର୍ଥ ଡେ’ ସେଲିବ୍ରେସନ୍‌, ସିଲ୍‌ ହେଲା ବାର୍‌

ଭୁବନେଶ୍ୱର: ମହଙ୍ଗା ପଡ଼ିଲା କୋଭିଡ୍‌ ନିୟମ ନ ମାନି ବାର୍‌ରେ ବର୍ଥ ଡେ’ ପାର୍ଟି ସେଲିବ୍ରେସନ୍‌। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଟ୍ୱିନ୍‌ ସିଟି କମିଶନରେଟ୍‌ ପୋଲିସ୍‌ ରବିବାର ଇନ୍‌ଫୋସିଟି ରୋଡ୍‌ରେ ଥିବା ଏକ ବାର୍‌କୁ ସିଲ୍‌ କରିଛି। ଏହାସହ ବାର୍‌ ମାଲିକଙ୍କୁ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି।

ଖବରପାଇ, କମିଶନରେଟ୍‌ ପୋଲିସ୍‌ ଏହି ବାର୍‌ରେ ରେଡ୍‌ କରିଥିଲା। ରେଡ୍‌ ସମୟରେ ଦେଖିବାକୁ ମିଳିଥିଲା ବାର୍‌ରେ ଏକାଧିକ ଲୋକ ଏକାଠି ହୋଇ ବର୍ଥ ଡେ’ ପାର୍ଟି ସେଲିବ୍ରିସନ୍‌ କରୁଥିଲେ। ଏହାସହ ସାମାଜିକ ଦୂରତା ଉଲ୍ଲଂଘନ ସହ ଅଧିକାଂଶ ମୁହଁରେ ମାସ୍କ ପିନ୍ଧି ନ ଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ୍‌ ଏହି ବାର୍‌କୁ ସିଲ୍‌ କରିଛି।

You might also like