ଆସୁଛି ‘ଅମ୍ପନ’, ମୁକାବିଲା ପାଇଁ କେତେ ପ୍ରସ୍ତୁତ ଭଦ୍ରକ ?

ଭଦ୍ରକ: ବାତ୍ୟା ‘‘ଅମ୍ପନ’ ଆସନ୍ତା ୨୦ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟା ପାଇଁ ଭଦ୍ରକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ସମୁଦ୍ର ନିକଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକରେ ବ୍ୟାପକ ବ୍ୟବସ୍ଥା  କରାଯାଇଛି।

ସମୁଦ୍ର ଉପକୂଳ ଠାରୁ  ୩ କିଲୋମିଟର ଦୂରରେ ରହିଥିବା ଗାଁ ଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ନଜର ରଖାଯାଇଛି। ଦୁଇଟି ବ୍ଲକର୨୨ଟି ପଞ୍ଚାୟତର ୯୧ ଟି ଗାଁ ବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା ରହିଛି।

ସେହିପରି ବାସୁଦେବପୁରର ୧୪ ଓ ଚାନ୍ଦବାଲି ବ୍ଲକର ୪ ପଞ୍ଚାୟତରେ ବି ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହି ସବୁ ଅଞ୍ଚଳ ଲାଗି ୩ଜଣ ବରିଷ୍ଠ ଅଫିସର ନିୟୋଜିତ ହୋଇଛନ୍ତି। ସ୍ୱତନ୍ତ୍ର ଭାବେ ଧାମରା ପାଇଁ ଜଣେ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ପାଇଁ ଜଣେ ଲେଖାଏଁ ଅଫିସର ନିୟୋଜିତ ହୋଇଛନ୍ତି।

ବାତ୍ୟାଆଶ୍ରୟ ସ୍ଥଳରେ ହୋଇଥିବା TMC ସେଣ୍ଟର ଗୁଡ଼ିକରେ ହୋଇଥିବା ସ୍ଥାନରେ ନଜର ରଖାଯାଇଛି। ଜିଲ୍ଲାରେ ଥିବା ୧୦୪ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ  ୩୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ COVID-19ର TMC ଭାବେ ବ୍ୟବହାର କରାଯାଇଛି। ଜିଲ୍ଲାର ୫୫୮ଟି  ସ୍କୁଲ ଗୃହକୁ ଆସନ୍ନ ବାତ୍ୟା ପାଇଁ ପ୍ରସ୍ତୁତ କରାଯାଉଛି। ଏଥିରେ ବିଦ୍ୟୁତ, ପାନୀୟଜଳ ସହିତ ଲୋକମାନେ କିପରି ସାମାଜିକ ଦୂରତା ରଖି ରହିବେ ଏ ନେଇ ସମସ୍ତ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ। ସେପଟେ ଚାଷୀଙ୍କୁ ନିଜ ଅମଳ ଧାନ ସାଇତି ରଖିବା ପାଇଁ କୁହାଯାଇଛି।

You might also like