ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂରେ ଏହି ଆଲୋଚନା ହୋଇଛି।

ଆଗାମୀ ୧୫ ଦିନରୁ ମାସେ ପର୍ଯ୍ୟନ୍ତ ଆମ ପାଇଁ ଚ୍ୟାଲେଂଜ ରହିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ବିମାନ ଓ ରେଳ ଚଳାଚଳ ଯୋଗୁଁ ଅନେକ ପ୍ରବାସୀ ଓଡ଼ିଶା ଫେରିବେ। ଏହା ରାଜ୍ୟ ପାଇଁ ଏକ ଚ୍ୟାଲେଂଜ ହୋଇଥିଲେ ମଧ୍ୟ ଏହାକୁ ମୁକାବିଲା କରିବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ କରୋନା କଡ଼ା କଟକଣା ପରେ ଏମିତି କୋହଳକୁ ନିୟମକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ। ଏଥିସହିତ ମଦ ବିକ୍ରିକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ।

ଏପଟେ ରାଜ୍ୟରେ କିନ୍ତୁ କରୋନା ଥମିବାର ନାଁ ନେଉ ନାହିଁ। ଆଜି ଆଉ ୭୯ କରୋନା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମକରି ସୋନପୁର ଜିଲ୍ଲାକୁ ପଶିଛି କରୋନା। ରାୟଗଡ଼ାକୁ ଛାଡ଼ି ଆଜି ସମସ୍ତ ୨୯ ଜିଲ୍ଲାକୁ କରୋନା ବ୍ୟାପି ସାରିଲାଣି।

You might also like