ଲଗାଣ ବର୍ଷାରେ ବି ନକ୍ସଲପ୍ରବଣ କନ୍ଧମାଳରେ କମ୍ବିଂ ଜୋରଦାର

କନ୍ଧମାଳ: ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତା ଦିବସ। ୭୨ ତମ ସ୍ୱାଧିନତା ଦିବସ ଅବସରରେ ସୁରକ୍ଷାକୁ ଗୁରୁତ୍ୱ ଦେଇ କନ୍ଧମାଳରେ ଜୋରଦାର ହୋଇଛି କମ୍ବିଂ ଅପରେସନ। ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବର୍ଷାକୁ ଖାତିର ନକରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ।

ପ୍ରବଳ ବର୍ଷାରୁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଯବାନମାନେ ପାଣିରେ ପଶି କମ୍ବିଂ ଚଳାଇଛନ୍ତି। ଜିଲ୍ଲାର ବାଲିଗୁଡା, କୋଟଗଡ଼, ତୁମୁଡିବନ୍ଧ, ବରଖମା, ବେଲଘର ଓ ଦାରିଙ୍ଗବାଡିରେ ଜୋରସୋରରେ ଚାଲିଛି କମ୍ବିଂ ଅପରେସନ।

You might also like