ନୂଆବର୍ଷରେ ଖୋଲିପାରେ କଲେଜ
ଭୁବନେଶ୍ୱର: ନୂଆବର୍ଷରେ କଲେଜ ଖୋଲିବା ସହ କ୍ଲାସ୍ ହେବ ବୋଲି ଆଶା କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର।
କଲେଜ ଖୋଲିବା ନେଇ ସେ କହିଛନ୍ତି, ନୂଆବର୍ଷରେ ଆଶା କରୁଛୁ ପିଲା କଲେଜରେ କ୍ଲାସ୍ କରିବେ। ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଯଦି କଲେଜ ଖୋଲିବା ବିଳମ୍ବ ହେବ, ତେବେ ସିଲାବସ ହ୍ରାସ ଚିନ୍ତା କରାଯାଇପାରେ। ଅନ୍ଲାଇନ୍ ପଢ଼ାକୁ ନେଇ ପରୀକ୍ଷା କଲେ ଫେଲ୍ ପ୍ରତିଶତ ବଢ଼ିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।
ସେ ଆହୁରି କହିଛନ୍ତି, ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ। ଏହାସହ କ୍ଲାସରେ ୭୦/୮୦ ଦିନ ପାଠ ପଢ଼ା ଯାଇ ପରୀକ୍ଷା ହେବ।