• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଯାଜପୁର: ଛାତ୍ରୀ ନିବାସରେ ଜଣେ ଛାତ୍ରୀ ବେକରେ ଓଡ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବୈରୀ ଥାନା ଛତିଆ ସ୍ଥିତ ଏକ ଛାତ୍ରୀ ନିବାସରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତ ଛାତ୍ରୀ ଜଣକ କଟକ ଟାଙ୍ଗୀ ସ୍ଥିତ ଘରୋଇ କଲେଜରେ ପାଠ ପଢୁଥିଲେ। ତାଙ୍କ ଘର ମଙ୍ଗଳପୁର ଥାନା ଇଛାପୁରରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ଛାତ୍ରୀ ଜଣକ କଲେଜ ନ ଯାଇ ଏକୁଟିଆ ରୁମ୍‌ରେ ଥିଲେ। ସନ୍ଧ୍ୟାରେ ରୁମ୍‌ମେଟ୍ ଆସି କବାଟ ଖୋଲିବା ବେଳେ ଏହା ଭିତର ପଟୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ପରେ ହଷ୍ଟେଲ୍‌ କର୍ତ୍ତୃପକ୍ଷ କବାଟ ଭାଙ୍ଗିବା ପରେ ଛାତ୍ରୀ ଜଣକ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା।

ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

College-student-allegedly-commits-suicide-in-hostel-room
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories