ଜୀବନ ହାରିଦେଲେ କଲେଜ ଛାତ୍ରୀ

ସମଲିଙ୍ଗୀ ସମ୍ପର୍କରୁ ବିବାହ ପାଇଁ ମନା କରିବାରୁ ଅାତ୍ମହତ୍ୟା

ବାଲେଶ୍ୱର  : ସମଲିଙ୍ଗୀ ସମ୍ପର୍କ ସତ୍ତ୍ୱେ ବିବାହ ପାଇଁ ଯୁବତୀ ଜଣକ ମନା କରିବା ପରେ ଜୀବନ ହାରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ । ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ । ସେ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ । ଗତ ୨୮ ତାରିଖରେ ହଷ୍ଟେଲ୍‌ରେ ଫ୍ୟାନ୍‌ରେ ଝୁଲି ସେ ଅାତ୍ମହତ୍ୟା କରିଥିବା କହିଛି ପୁଲିସ ।

ପୁଲିସର ସୂଚନା ଅନୁଯାୟୀ, ହଷ୍ଟେଲ୍ ନିକଟ ଏକ ମେସ୍‌ରେ ରହୁଥିବା ଅନ୍ୟ ଏକ କଲେଜର ଛାତ୍ରୀ ଏବଂ ମୃତ ଛାତ୍ରୀଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସମଲିଙ୍ଗୀ ସମ୍ପର୍କ। ତେବେ ଗତ କିଛି ଦିନ ତଳେ ତାଙ୍କୁ ବିବାହ କରିବା ପାଇଁ ବାରମ୍ବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏଥିରେ ରାଜି ନହେବାରୁ ସେ ଗତ ୨୮ ତାରିଖରେ ଅାତ୍ମହତ୍ୟା କରିଥିବା କହିଛି ପୁଲିସ ।

ମୃତ ଛାତ୍ରଙ୍କ ମୋବାଇଲ୍ ଏବଂ କିଛି ହ୍ୟାଣ୍ଡନୋଟରୁ ଏସବୁ ତଥ୍ୟ ପ୍ରମାଣ ପାଇବା ପରେ ପୁଲିସ ସଂପୃକ୍ତ ଛାତ୍ରୀଙ୍କୁ ଗିରଫ କରିଛି । ତାଙ୍କ ନାଁରେ ପୁଲିସ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୩୦୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି । ତେବେ ଏନେଇ ଗିରଫ ଛାତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like