ସୋର: ବିବାହ ପ୍ରଲୋଭନ ଦେଖାଇ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗତ ୨୮ ତାରିଖରେ ଦିଗଭଅଁରା ଗାଁର ଜଣେ ବିବାହିତ ଯୁବକ ଛାତ୍ରୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଘରକୁ ଡାକି ନେଇଥିଲେ। ସେଠାରେ ଯୁବକ ଜଣକ ନିଶା ଔଷଧ ଦେଇ ଛାତ୍ରୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ଛାଡ଼ି ଦେଇଥିଲେ।
ଏନେଇ ନାବାଳିକା ଜଣଙ୍କ ଅଭିଯୋଗ କରିବା ପରେ ଗାଁରେ ଏକ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ସମାଧାନ ନ ବାହାରିବାରୁ ଶେଷରେ ସେ ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଆଧାରରେ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି। ଘଟଣା ପରେ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।