କ୍ୟାମ୍ପସର ସ୍ଥିତି ଅସମ୍ଭାଳ

ହିଂସା ଯୋଗୁ ରେଭେନ୍ସା ଓ ଜ୍ୟୋତିବିହାରରେ ନିର୍ବାଚନ ବନ୍ଦ

ଭୁବନେଶ୍ୱର : ଅସମ୍ଭାଳ ହେଉଛି କ୍ୟାମ୍ପସର ସ୍ଥିତି। ଛାତ୍ରଙ୍କ ହିଂସାକାଣ୍ଡକୁ ନେଇ ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ଓ ଜ୍ୟୋତି ବିହାର ସହିତ ରାଜ୍ୟର ଅନ୍ୟ ୫ଟି କଲେଜରେ ନିର୍ବାଚନ ବାତିଲ ହୋଇଛି। ପୂର୍ବରୁ ବାଣୀବିହାରରେ ମଧ୍ୟ ନିର୍ବାଚନକୁ ବାତିଲ କରାଯାଇଥିଲା ।

ନିର୍ବାଚନ ପୂର୍ବରୁ ଏସବୁ କଲେଜରେ ଗଣ୍ଡଗୋଳ ସ୍ଥିତିକୁ ଦେଖି ନିର୍ବାଚନ ନକରାଇବାକୁ ନିଷ୍ପତ୍ତି ନିଅାଯାଇଛି। ରେଭେନ୍ସାରେ ପ୍ରତ୍ୟେକ୍ଷ ନିର୍ବାଚନ ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ। ଏହାକୁ ନେଇ ଅଶାନ୍ତି ବଢିବାରୁ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ ଲାଗି ନିଷ୍ପତ୍ତି ନେଇଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି କଲେଜରେ ବୋମା ଫୁଟିବା ସହ କଲେଜରେ ଭଙ୍ଗାରୁଜା ହୋଇଛି।  ଫଳରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନେ ଡାଏ ଘୋଷଣା କରାଯାଇଛି।

ସେପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ଅାଜି ବିଭିନ୍ନ କଲେଜ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୧ ତାରିଖରେ ହେବ ନିର୍ବାଚନ । ଅାସନ୍ତା ୩ ତାରିଖରେ ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ଅାଶାୟୀ ପ୍ରାର୍ଥୀ । ୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୦ ତାରିଖରେ ହ୍ୱାଇ ଅାଇ ଷ୍ଟାଣ୍ଡ ଫର୍ ମିଟିଂ ଏବଂ ୧୧ ତାରିଖରେ ମତଦାନ ହୋଇ ସେହିଦିନ ଅପରାହ୍ନରେ ଫଳାଫଳ ଘୋଷଣା ହେବ।

You might also like