‘ଦରକାର ପଡ଼ିଲେ ଖୋର୍ଦ୍ଧା ହେବ ସଟ୍‌ଡାଉନ୍’

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା। ଦରକାର ପଡ଼ିଲେ ସଟ୍‌ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ଯେ ସ୍ୱତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି।

କୋଭିଡ୍ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ। ଲକ୍ଷଣ ନ ଥିଲେ ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ନେଇ ସଚେତନ କରାଯିବ। ଦରକାର ପଡ଼ିଲେ ସଟ୍‌ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗଂଜାମକୁ ମାତ୍ ଦେଇ ୭ଦିନ ହେଲା ଟପ୍‌ରେ ଖୋର୍ଦ୍ଧା ଜିଲ୍ଲା ଅଗଷ୍ଟରେ ମହାମାରୀର ଅୋପସ୍ ପଞ୍ଝାରେ ପଡ଼ି ଏଠି ବଢୁଛି ମୃତ୍ୟୁ ସାଙ୍ଗକୁ ସଂକ୍ରମିତଙ୍କ ସଂଖ୍ୟା। ଅଗଷ୍ଟ ୧୨ରୁ ୧୮ ସପ୍ତାହେ ହେଲାଣି ସଂକ୍ରମଣରେ ଗଂଜାମକୁ ମାତ୍ ଦେଇ ୧ ନମ୍ବର ସ୍ଥାନରେ ରହୁଛି ଏହି ଜିଲ୍ଲା। ସଂକ୍ରମଣର ଜିଲ୍ଲା ଓ୍ୱାରି ତଥ୍ୟ ଅନୁସାରେ ଅଗଷ୍ଟ ୧୨ରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩ରେ ୨୭୪, ୧୪ରେ ୩୩୨, ୧୫ରେ ୩୭୮, ୧୬ରେ ରେକର୍ଡ ସଂଖ୍ୟକ ୪୮୮ ପଜିଟିଭ ଚିହ୍ନଟ ହୋଇଥିଲେ। ତେଣେ ଖୋର୍ଦ୍ଧାରେ ଉଭୟ ମୃତ ଓ ଆକ୍ରାନ୍ତ ସଂଖ୍ୟାରେ ଦୃତ ବୃଦ୍ଧିକୁ ନେଇ ବଢିଛି ଚିନ୍ତା। ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି ଗଂଜାମ ଭଳି ଖୋର୍ଦ୍ଧା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ବି ସଂକ୍ରମଣ ପିକ୍‌କୁ ଯାଇ ଆପେ କମିବ।

ଆହୁରି ପଢ଼ନ୍ତୁ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

You might also like